ଓଡିଶା

odisha

ETV Bharat / state

Train Tragedy: ହୃଦୟ ଜିତିଲେ ରାଣୀ ପଣ୍ଡା, ମୃତକଙ୍କ ପରିବାକୁ ପ୍ରତି ମାସରେ ଦେବେ 5000 ଟଙ୍କା - ରାଣୀ ପଣ୍ଡା

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ପରିବାରକୁ ମାସିକ ୫୦୦୦ ଟଙ୍କାର ସହାୟତା ଦେବେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା l ଅଧିକ ପଢନ୍ତୁ

rani panda declare to provide financial suppor
rani panda declare to provide financial suppor

By

Published : Jun 7, 2023, 1:12 PM IST

ମାସିକ ୫୦୦୦ ଟଙ୍କାର ସହାୟତା ଦେବେ ରାଣୀ

ଭୁବନେଶ୍ବର: କରମଣ୍ଡଳ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାକୁ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ରାଣୀ ପଣ୍ଡା । ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗରିବ ଓଡ଼ିଆ ପରିବାରକୁ ମାସିକ ୫୦୦୦ ଟଙ୍କାର ସହାୟତା ଦେବେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଯେଉଁ ଲୋକମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ସେହି ମୃତକଙ୍କ ପରିବାରକୁ ଅର୍ଥରାଶିର ସହାୟତା ପ୍ରଦାନ କରିବେ l ଏନେଇ ନିକଟସ୍ଥ ପୋଲିସ ଷ୍ଟେସନରେ ଯୋଗାଯୋଗ କରିବାକୁ କହିଛନ୍ତି ରାଣୀ । ସେ ଗଣମାଧ୍ୟମ ଜରିଆରେ ଭଦ୍ରକ ବାଲେଶ୍ୱର ଯାଜପୁର ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ ଯୋଗାଯୋଗ କରିବାକୁ କହିଛନ୍ତି ।

ଅନ୍ୟପଟେ ରାଣୀ ପଣ୍ଡା ବାହାନଗା ଟ୍ରେନ ଦୁର୍ଘଟଣାରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ୨ ଲକ୍ଷ ତାଙ୍କର ସହାୟତା ରାଶି ପ୍ରଦାନ କରିଛନ୍ତି l ଆହତଙ୍କ ଚିକିତ୍ସା ନିମନ୍ତେ ସେ ସରକାରଙ୍କ ପାଣ୍ଠିକୁ ୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ତେବେ ସେ ନିଜର ସକ୍ଷମ ହିସାବରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିଥିବା ବେଳେ ଅନ୍ୟମାନଙ୍କୁ ଏଭଳି ଦୁଃଖଦ ସମୟରେ ନିଜର ସକ୍ଷମ ଅନୁସାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି l କାରଣ ଆମେ ମାନେ ତ ଦୁର୍ଘଟଣାଗ୍ରସ୍ତ ପରିବାର ଦୁଃଖକୁ ଓ କଷ୍ଟକୁ ନେଇପାରିବ ନାହିଁ ହେଲେ ସେମାନଙ୍କୁ ନିଜର ସକ୍ଷମ ଅନୁସାରେ ସାହାଯ୍ୟ ତ କରିପାରିବା ଯାହା ସେମାନଙ୍କ ପ୍ରତି ଶ୍ରେଷ୍ଠ ସମବେଦନା ହେବ ବୋଲି ସେ କହିଛନ୍ତି l

ସେପଟେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ରେଲୱେରେ ଚାକିରି ପାଇଁ ଦାବି ହୋଇଛି । ଏହାକୁ ନେଇ ମହା ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ପୂର୍ବତନ ଛାତ୍ର ତନ୍ମୟ ସ୍ବାଇଁଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀ ଏକାଠି ହୋଇ ଦସ୍ତଖତ ଅଭିଯାନ ଚଳାଇଛନ୍ତି ଏବଂ ଏନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ରୋଜଗାରିଆ ପୁଅକୁ ହରାଇ ପୀଡିତ ପରିବାର ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ସେମାନଙ୍କୁ ଚାକିରି ଦେଲେ ଅସହାୟ ଲୋକମାନେ ସାହାଯ୍ୟ ପାଇବେ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ବବିଦ୍ୟାଳୟରେ ମହା ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଆଗକୁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏହି ଦସ୍ତଖତ ଅଭିଯାନ କରାଯାଇ ଏକ ଜନ ସଚେତନତା ସୃଷ୍ଟି କରାଯିବ ବୋଲି କୁହାଯାଇଛି । ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ସାରା ବିଶ୍ବ ଆଜି ସ୍ତବ୍ଧ ହୋଇଥିବା ବେଳେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଯୋଗାଇଦେଲେ ସେଇଟା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର ସରକାରଙ୍କ ଅନୁରୋଧ କରିଛନ୍ତି ବିଶ୍ବବିଦ୍ୟାଳୟ ଛାତ୍ର l

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details