ଓଡିଶା

odisha

By ETV Bharat Odisha Team

Published : Nov 3, 2023, 1:18 PM IST

Updated : Nov 3, 2023, 2:57 PM IST

ETV Bharat / state

ଅନେକ ଥର ନିୟମ ଭାଙ୍ଗିଛି ରେଞ୍ଜ ରୋଭର କାର, ଚାଲାଣ ଛଡା ନିଆଯାଇନି କାର୍ଯ୍ୟାନୁଷ୍ଠାନ !

ପାଓ୍ବାର‌ ହାଉସ ଛକରେ ବାଇକକୁ ରେଞ୍ଜ ରୋଭର କାର ଧକ୍କା ଦେବା ଘଟଣା ପରେ ଟ୍ରାଫିକ ଚାଲାଣ ଜାରି କଲା ପରିବହନ ବିଭାଗ । ଅନେକ ଥର ଏହି ଦାମି କାର ଭାଙ୍ଗିଛି ଟ୍ରାଫିକ ନିୟମ। ଅଧିକ ପଢନ୍ତୁ

range rover car
range rover car

ଭୁବନେଶ୍ବର:ରାଜଧାନୀ ପାଓ୍ବାର‌ ହାଉସ ଛକରେ ବାଇକକୁ ରେଞ୍ଜ ରୋଭର କାର ଧକ୍କା ଦେବା ଘଟଣା । ପରିବହନ ବିଭାଗ ଦ୍ବାରା ଜାରି ହୋଇଥିବା ଟ୍ରାଫିକ ଚାଲାଣ ଖୋଲିଲା କାରର ଗୁମର । ଥରେ ନୁହେଁ ଅନେକ ଥର ଏହି ଦାମି କାର ଭାଙ୍ଗିଛି ଟ୍ରାଫିକ ନିୟମ । ପାଓ୍ବାର ହାଉସ ଛକରେ ଦୁର୍ଘଟଣା ପୁର୍ବରୁ ଏହା କାର ତିନି ତିନି ଥର ଭାଙ୍ଗିଛି ଟ୍ରାଫିକ ନିୟମ । ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିଲେ ମଧ୍ୟ କେବଳ ଚାଲାଣ କାଟିବା ଛଡା ଆଉ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୋଲିସ । ଏଣୁ ପ୍ରଶ୍ନ ଉଠିଛି ଏହା କାର ମାଲିକ କିଏ । ଯେଉଁଥି ପାଇଁ କାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

range rover car

ପରିବହନ ବିଭାଗ ସୁତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଏହା କାରର ଦାମ 3 କୋଟି 47 ଲକ୍ଷ 19 ହଜାର‌ 294 ଟଙ୍କା । ଗାଡ଼ିଟି ARMOUR RAY VENTURES PVT LIMITED ନାଁରେ ୭ନଭେମ୍ବର ୨୦୨୨ରେ କିଣାଯାଇଥିଲା । ଏହା ପରେ 10 ନଭେମ୍ବର 2022ରେ ଝାରସୁଗୁଡା ଆଞ୍ଚଳିକ ପରିବହନ କେନ୍ଦ୍ରରେ ରେଜିଷ୍ଟ୍ରେସନ ହୋଇଥିଲା । ଯେଉଁ କମ୍ପାନୀର ଏହି ଗାଡ଼ିଟି ରହିଛି ସେହି କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି ବିଶାଲ ଦାସ । ଯିଏକି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବଦାସଙ୍କ ପୁଅ ଓ ବର୍ତ୍ତମାନର ଝାରସୁଗୁଡା ବିଧାୟିକା ଦୀପାଲି ଦାସଙ୍କ ଭାଇ ବୋଲି ଜଣାପଡିଛି । ବିଶାଲ ଦାସଙ୍କର କେବଳ ଏଇ ଗୋଟିଏ କମ୍ପାନୀ ନୁହେଁ ଅନେକ କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି । ମିନିଷ୍ଟ୍ରି ଅଫ କର୍ପୋରେଟ ଆଫାୟାର୍ସର ତଥ୍ୟ ଅନୁସାରେ ସେ ଡିରେକ୍ଟର ଅଫ ଆଇଡେଣ୍ଟିଫିକେସନ ନମ୍ବର 05289269 ବୋଲି ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ପାଓ୍ବାର‌ ହାଉସ ଛକରେ ବାଇକକୁ ପିଟିଲା କାର, 2 ଗୁରୁତର

range rover car

ଅନ୍ୟପଟେ କମିଶନରେଟ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ କେବଳ ୩୧ ତାରିଖରେ ପାଓ୍ବାର ଛକରେ ଦୁର୍ଘଟଣା ଯୋଗୁଁ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରାଯାଇ ଗାଡି ଚଲାଉଥିବା ଡ୍ରାଇଭର ସୋଭାଗ୍ୟ କୁମାର‌ ବାଗକୁ ଗିରଫ କରାଯାଇଛି । ଭୁଲ ନମ୍ବର ଦର୍ଶାଇ ଗାଡି ସିଜ୍ କରାଯାଇଥିବା ବେଳେ ପରେ ଏହାର ସଠିକ ଗାଡି ନମ୍ବର‌ ଦର୍ଶାଇଥିଲା କମିଶନରେଟ୍ ପୋଲିସ ।

ଓଭର ସ୍ପିଡି ପାଇଁ ଏହି ଗାଡି ନାଁରେ ଅନେକ ଥର ପରିବହନ ବିଭାଗ କାଟିଛି ଚାଲାଣ । ଭୁବନେଶ୍ଵରରେ ପାଓ୍ବାର ହାଉସ ଛକ ସିରିଜ ଦୁର୍ଘଟଣା ଘଟାଇବା ପୂର୍ବରୁ କଟକ ଜଗତପୁର ଠାରେ ଥରେ ଏବଂ ଦୁଇ ଥର ଭୁବନେଶ୍ୱରରେ ଭାଙ୍ଗିଛି ଟ୍ରାଫିକ ନିୟମ।ତାହା ପୁଣି ଏଜି ଛକ ଭଳି ଜିରୋ ଟଲେରାନ୍ସ ଜୋନରେ । ଏଥିପାଇଁ ଦୁଇ ଦୁଇ ଥର କଟିଛି ଟ୍ରାଫିକ ନିୟମ ଉଲ୍ଲଘଂନ ନେଇ ଚାଲାଣ । ଏପରିକି ନିୟମ ଉଲ୍ଲଘଂନ ନେଇ ଦୁଇ ଥର ଚାଲାଣ କଟିବା ପରେ ତୃତୀୟ ଥର ପାଇଁ ଟ୍ରାଫିକ ପୋଷ୍ଟ ପାଓ୍ବାର ହାଉସ ଛକରେ ଦୁଇ ଜଣଙ୍କୁ ଧକ୍କା ଦେବା ଘଟଣା ସାମ୍ନାକୁ ଆସିଛି । ଗତ ୧୫ ଜୁନ ୨୦୨୩ରେ କଟକ ଜଗତପୁର ଠାରେ ନିର୍ଦ୍ଧାରିତ ବେଗଠୁ ଅଧିକ ବେଗରେ ଯିବା ବେଳେ କଟିଥିଲା ଚାଲାଣ । ଭୁବନେଶ୍ୱର ଏଜି ଛକରେ ୧୫ଏପ୍ରିଲ ୨୦୨୩ରେ ଏକ ଚାଲାଣ କଟିଥିବା ବେଳେ ୩ ଏପ୍ରିଲରେ ମଧ୍ୟ ଚାଲାଣ କଟିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 3, 2023, 2:57 PM IST

ABOUT THE AUTHOR

...view details