ବୌଦ୍ଧ:ଜିଲ୍ଲାର ଦୁଇ ଜାତୀୟ ପ୍ରତ୍ନତତ୍ତ୍ଵ ଧରୋହରର ଭାଗ୍ୟ ବଦଳି ପାରୁନାହିଁ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥାଇ ମଧ୍ୟଅନ୍ଧକାର ମଧ୍ୟରେ ବୁଡ଼ି ରହିଛି ବୌଦ୍ଧ ଜିଲ୍ଲାର ଦୁଇ ଜାତୀୟ ଐତିହ୍ୟ ମନ୍ଦିର । ମୋବାଇଲ ଲାଇଟରେ ଭୋଳା ବାବାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁମାନେ । ଠିକ ଏକ ମାସ ତଳେ ଜିଲ୍ଲାର ଏହି ଦୁଇ ଅବହେଳିତ ଅବସ୍ଥାରେ ରହିଥିବା ପ୍ରସିଦ୍ଧ ଐତିହାସିକ ପୀଠ ବୁଲି ଦେଖିଥିଲେ ଏଏସଆଇର ବରିଷ୍ଠ ଅଧିକାରୀ । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ପୀଠରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ବୌଦ୍ଧ ଜିଲ୍ଲା ସଦର ମହକୁମା ରାମେଶ୍ବର ମନ୍ଦିର ସମୂହ ଓ ଚାରିଶମ୍ଭୁ ହରିହରଙ୍କ ଯୁଗ୍ମ ମନ୍ଦିର କେନ୍ଦ୍ର ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ଅଧିନରେ ରହିଛି । କିନ୍ତୁ ଦୀର୍ଘ ବର୍ଷ ହେଲା ଏହି ଦୁଇ ପ୍ରାଚୀନ ତଥା ଐତିହାସିକ ପୀଠର ବିକାଶ ଆଦୌ କରାଯାଇନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି । ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି ଏହି 2ଟି ମନ୍ଦିର । ଏଭଳିକି ମନ୍ଦିରରେ ବିଦ୍ୟୁତ ସଂଯୋଗୀକରଣ ମଧ୍ୟ କରାଯାଇନାହିଁ । ଭକ୍ତମାନେ ପୂଜାର୍ଚ୍ଚନା କରିବା ପାଇଁ ମୋବାଇଲ କିମ୍ବା ଟର୍ଚ୍ଚ ଲାଇଟ୍ ବ୍ୟବହାର କରୁଛନ୍ତି ।
ଏହାମଧ୍ୟ ପଢନ୍ତୁ... ଅବହେଳିତ ଅବସ୍ଥାରେ ଜୈନ ମନ୍ଦିର, ମରାମତି ନାଁରେ ବିନାଶ କରି ଚାଲିଗଲେ ପ୍ରତ୍ନତତ୍ତ୍ୱ ଅଧିକାରୀ !