ଓଡିଶା

odisha

ETV Bharat / state

ଆସୁଛନ୍ତି ମହାମହିମ, ସ୍ଵାଗତ ପାଇଁ ପ୍ରସ୍ତୁତ ରମାଦେବୀ ବିଶ୍ଵବିଦ୍ୟାଳୟ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ରମାଦେବୀ ବିଶ୍ୱ ବିଦ୍ୟାଳୟକୁ ପ୍ରଥମ ଏବଂ ଓଡିଶାକୁ ୨ୟ ଥର ଗସ୍ତ କରିବେ ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

By

Published : Feb 2, 2023, 10:23 PM IST

president droupadi murmu
president droupadi murmu

ଆସୁଛନ୍ତି ମହାମହିମ

ଭୁବନେଶ୍ବର:ଓଡିଶା ଆସୁଛନ୍ତି ମହାମହିମ । ୨ ଦିନିଆ ଗସ୍ତରେ ନିଜ କଲେଜ ପରିଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରମାଦେବୀ ବିଶ୍ୱ ବିଦ୍ୟାଳୟରେ ଏନେଇ ଚାଲିଛି ପ୍ରସ୍ତୁତି। ରାଷ୍ଟ୍ରପତି ହେବା ପରେ ରମାଦେବୀ ବିଶ୍ୱ ବିଦ୍ୟାଳୟକୁ ପ୍ରଥମ ଏବଂ ଓଡ଼ିଶାକୁ ଦ୍ବିତୀୟ ଥର ଗସ୍ତ କରିବେ ରାଷ୍ଟ୍ରପତି ।

ତେବେ ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶାରେ ରହିବେ ରାଷ୍ଟ୍ରପତି । ଭାରତର ରାଷ୍ଟ୍ରପତି ହେବା ପରେ ରମାଦେବୀ ବିଶ୍ୱ ବିଦ୍ୟାଳୟର ଏହା ତାଙ୍କର ପ୍ରଥମ ଗସ୍ତ । ନିଜେ ପଢ଼ୁଥିବା ବିଶ୍ୱ ବିଦ୍ୟାଳୟରେ ପ୍ରଥମ ଥର ପାଦ ଦେବେ । ଏନେଇ ବିଶ୍ୱ ବିଦ୍ୟାଳୟରେ ଚାଲିଛି ପ୍ରସ୍ତୁତି । ଫେବୃଆରୀ ୧୦ ତାରିଖରେ ରମାଦେବୀର ଦ୍ବିତୀୟ ସମାବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମରେ ଦିନ ୪ଟାରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି । ରମାଦେବୀ ବିଶ୍ବବିଦ୍ୟାଳୟର ଏକ ଘଣ୍ଟା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହାସହ ୨୮ ଜଣ ଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ଦେବା ସହ କିଛି ସମୟ ଉଦବୋଧନ ମଧ୍ୟ ଦେବେ ।

ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି କହିଛନ୍ତି , "୧୯୭୫ରୁ ୧୯୭୯ ମସିହା ପର୍ଯ୍ୟନ୍ତ ମ୍ୟାଡମ ଦ୍ରୌପଦୀ ମୁର୍ମୁ ଏଠାରେ ପଢୁଥିଲେ । କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଛାତ୍ରୀମାନେ ମହାମହିମଙ୍କୁ ସ୍ନେହ, ଶ୍ରଧା, ଭଲପାଇବା ଦେଇ ସ୍ୱାଗତ କରିବେ । ମହାମହିମଙ୍କ ଗସ୍ତ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀମାନେ ବେଶ ଖୁସି । ଏହି କଲେଜରେ ପାଠ ପଢି ଦେଶର ରାଷ୍ଟ୍ରପତି ହୋଇଥିବା ମହିଳା ନିଜ କଲେଜକୁ ଆସିବା ସମୟରେ ଅନେକ ସ୍ମୃତି ମଧ୍ୟ ଉଜ୍ଜୀବିତ ହେବ । ମହାମହିମଙ୍କ ଆଡ଼ମିଶନ ଦସ୍ତାବିଜ ସହ ବିଭିନ୍ନ ସାର୍ଟିଫିକେଟର ଫଟୋ ମଧ୍ୟ ମ୍ୟାଡମଙ୍କୁ ଦେଖାଯିବ ।

ଅନ୍ୟପଟେ ଏହା ସହ ଦ୍ରୌପଦୀ ମୁର୍ମୁ ନିଜ ପାଠ ପଢା ସମୟର ସ୍ମୃତିକୁ ଉଜ୍ଜୀବିତ କରିବେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଏବଂ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ୨ ଦିନିଆ ଓଡିଶା ଗସ୍ତରେ ମହାମହିମ ୧୧ ତାରିଖ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ସହ କଟକ ସ୍ଥିତ ଧାନ ଗବେଷଣା କେନ୍ଦ୍ର ମଧ୍ୟ ପରିଦର୍ଶନ କରିବେ । ଅନ୍ୟପଟେ ମହାମହିମଙ୍କ ଓଡ଼ିଶା ଗସ୍ତ ନେଇ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ସହ ଉତ୍ସାହିତ ମଧ୍ୟ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details