ଓଡିଶା

odisha

ETV Bharat / state

ବାହାରିଲା ରମାଦେବୀ ବିଶ୍ବବିଦ୍ୟାଳୟ UG-PG ପରୀକ୍ଷା ଫଳ, ଶ୍ରେଷ୍ଠ ସ୍ନାତକ ସ୍ବାହା ସାଇନା - ଶ୍ରେଷ୍ଠ ସ୍ନାତକ ସ୍ବାହା ସାଇନା

ରମାଦେବୀ ବିଶ୍ବବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ବିଏଡ ପରୀକ୍ଷା ଫଳ ପ୍ରକାଶ । ଅଧିକ ପଢନ୍ତୁ

Ramadevi University Announces UG PG Exams result
Ramadevi University Announces UG PG Exams result

By

Published : Jul 1, 2023, 11:22 AM IST

ଭୁବନେଶ୍ବର:ପ୍ରକାଶ ପାଇଲା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ତିନି, ପିଜି ଓ ବିଏଡ ପରୀକ୍ଷା ଫଳ । ଶ୍ରେଷ୍ଠ ସ୍ନାତକ (ବେଷ୍ଟ୍ ଗ୍ରାଜୁଏଟ) ହୋଇଛନ୍ତି ଗଣିତ ବିଭାଗର ଛାତ୍ରୀ ସ୍ବାହା ସାଇନା ପଟ୍ଟନାୟକ । ବିଶ୍ବବିଦ୍ୟାଳୟ ୱେବସାଇଟ rdwu.ac.inରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ଏଥର ସ୍ନାତକରେ ୬୬୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦୭୭ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମୋଟ୍ ଉତ୍ତୀର୍ଣ୍ଣ ହାର ୯୧.୪ ପ୍ରତିଶତ ରହିଛି । କଳାରେ ୯୦.୭ ପ୍ରତିଶତ, ବିଜ୍ଞାନରେ ୯୬.୩ ପ୍ରତିଶତ ଓ ବାଣିଜ୍ୟରେ ୮୩.୩ ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେହିପରି ସ୍ନାତକୋତ୍ତର ପରୀକ୍ଷାରେ କଳାରେ ୯୦.୭ ପ୍ରତିଶତ, ବିଜ୍ଞାନରେ ୯୨ ପ୍ରତିଶତ ଏବଂ ବାଣିଜ୍ୟରେ ୮୩.୩ ପ୍ରତିଶତ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଦୁଇବର୍ଷିଆ ବିଏଡ୍ ପରୀକ୍ଷାରେ ୯୭.୯୨ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । +୩ କଳାରେ ୫୦୭୪ ଜଣ ପରୀକ୍ଷା ଦେଇଥିବା ବେଳେ ୪୬୦୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ବିଜ୍ଞାନରେ ୧୨୦୩ରୁ ୧୧୫୮ ଏବଂ ବାଣିଜ୍ୟରେ ୩୭୩ ଜଣଙ୍କ ମଧ୍ୟରୁ ୩୧୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । +୩ କଳାର ନୃତତ୍ତ୍ବ ସମ୍ମାନ (ଅନର୍ସ)ରେ କମଳା ନେହେରୁ କଲେଜର ଦରକ୍ଷଣ ପରୱିନ୍ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ।

ସେହିପରି ଅର୍ଥନୀତିରେ ରମାଦେବୀ ବିଶ୍ବବିଦ୍ୟାଳୟର ସୁଚରିତା ଓଝା, ଶିକ୍ଷାରେ ଜପକୁଦ କଲେଜର ସୁପ୍ରଭା ଚାନ୍ଦ, ଇଂରାଜୀରେ ଇନ୍ଦିରା ଗାନ୍ଧୀ ମହିଳା କଲେଜର ଫୌଜିୟା ତାରାନମ, ହିନ୍ଦୀରେ ରମାଦେବୀ ବିଶ୍ବବିଦ୍ୟାଳୟର ପ୍ରତ୍ୟୁଷା ମିଶ୍ର ଟପ କରିଛନ୍ତି । ଇତିହାସରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଶ୍ରେୟା ସ୍ମୃତି ଦାସ, ଗୃହ ବିଜ୍ଞାନରେ କମଳା ନେହେରୁ କଲେଜର ସୁଶ୍ରୀ ବୈଭବୀ ଜେନା, ପାଠାଗାର ଏବଂ ସୂଚନା ବିଜ୍ଞାନରେ ବାଲିକୁଦା ମହିଳା କଲେଜର ପ୍ରିୟାସ୍ମିତା ରାଉଳ, ଗଣିତରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁ, ଓଡ଼ିଆରେ ଖୋର୍ଦ୍ଧା ମହିଳା କଲେଜର ବିଷ୍ଣୁପ୍ରଭା ରାଉତରାୟ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି ।

ଫିଲୋସଫିରେ କମଳା ନେହେରୁ କଲେଜର ବାସନ୍ତି ଗଡ଼ନାୟକ, ରାଜନୀତି ବିଜ୍ଞାନରେ ଇନ୍ଦିରା ଗାନ୍ଧୀ ମହିଳା କଲେଜର ସୋନାଲିକା ବେହେରା, ମନୋବିଜ୍ଞାନରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଅମୃତା ସ୍ଥିତପ୍ରଜ୍ଞା ପହି, ସଂସ୍କୃତରେ ଆଠଗଡ଼ସ୍ଥିତ ଗୋପବନ୍ଧୁ ମହିଳା କଲେଜର ଯାଜ୍ଞେଶ୍ବରୀ ଜେନା ଶ୍ରେଷ୍ଠ ହୋଇଛନ୍ତି । ସେହିପରି ବିଜ୍ଞାନରେ ବାୟୋଟେକ୍ନୋଲୋଜି ଅନର୍ସରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଅଳଙ୍କୃତା ନାୟକ, ବଟନୀରେ ପ୍ରିୟଙ୍କା ପଣ୍ଡା, କେମେଷ୍ଟ୍ରୀରେ ସୋନାଲି ସେସାଦ୍ରି, କମ୍ପ୍ୟୁଟର ବିଜ୍ଞାନରେ କୋମଲ ସାହୁ, ଜିଓଲୋଜିରେ କେନ୍ଦ୍ରାପଡ଼ା ତୁଳସୀ ମହିଳା କଲେଜର ଅଭିଲିପ୍ସା ମହାନ୍ତି, ଆଇଟିରେ ପୁରୀ ସରକାରୀ ମହିଳା କଲେଜର ଶୁଭସ୍ମିତା ପ୍ରଧାନ, ଗଣିତରେ ବିଶ୍ବବିଦ୍ୟାଳୟ ଛାତ୍ରୀ ସ୍ବାହା ସାଇନା ପଟ୍ଟନାୟକ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details