ଭୁବନେଶ୍ବର: ପୁରୀବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରସଙ୍ଗକୁ ନେଇ ପୁଣି ତେଜିଲା ରାଜନୀତି । ଏହି ପ୍ରସଙ୍ଗକୁ ଭିତ୍ତି କରି ସାଙ୍ଘାତିକ ଅଭିଯୋଗ ଆଣିଛି 'ମୋ ଦଳ' । ଏହାକୁ ନେଇ ଭୁବନେଶ୍ୱର ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛି ଦଳ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏତଲା ଦେଇଛି ମୋ ଦଳର ସତ୍ୟାଗ୍ରହ ।
ପୁରୀ ବେଦାନ୍ତ ବିଶ୍ବବିଦ୍ୟାଳୟକୁ ନେଇ ପୁଣି ରାଜନୀତି ମୁଣ୍ଡ ଟେକିଛି । ବେଦାନ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କଡା ସମାଲୋଚନା କରିବା ସହ ଭୁବନେଶ୍ବରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୋ ଦଳର ନେତା ଓ କର୍ମୀ । ଦଳର କାର୍ଯ୍ୟକାରି ସଭାପତି ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଶହ ଶହ କର୍ମୀ ରାଜଧାନୀ ସ୍ଥିତ ମାଷ୍ଟର କ୍ୟାଣ୍ଟିନରୁ କ୍ୟାପିଟାଲ ଥାନା ଯାଏ ରାଲି କରିବା ସହ ମୁଖ୍ୟମନ୍ତ୍ରୀ ବିରୋଧି ନାରାବାଜି ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ..ସାମ୍ରାଜ୍ୟରେ ଯଦି କିଛି ଅନ୍ୟାୟ ହେଉଛି ସେଥିପାଇଁ ମୁଖିଆ ହିଁ ଦାୟୀ: ଅପରାଜିତା
ତେବେ ରାଲି ଅଧାରେ ରାଜରାସ୍ତାରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଜୋରଦାର ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ପରେ ଥାନାରେ ନ ପହଞ୍ଚିପାରି ସେହିଠାରେ ହିଁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଥିଲେ ଆନ୍ଦୋଳନକାରୀ । ଅନ୍ୟପଟେ ବେଦାନ୍ତ ବିଶ୍ବ ବିଦ୍ୟାଳୟ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତାଙ୍କ ନିର୍ଦ୍ଦେଶ ଏପର୍ଯ୍ୟନ୍ତ ପାଳନ ହୋଇନାହିଁ ବୋଲି ଅଭିଯୋଗ ଆଣିଛି ଦଳ ।