ଖୋର୍ଦ୍ଧା:ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ଏକ ପବିତ୍ର ଦିନ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଜଟଣୀର ହୋଲସେଲ ରାକ୍ଷୀ ବଜାର । ଭଳିକି ଭଳି ରଙ୍ଗୀନ ରେଶମୀ ସୁତାର ରାକ୍ଷୀରେ ଝଲସୁଛି ରାକ୍ଷୀ ବଜାର ।
ଚଳିତବର୍ଷ ଜଟଣୀ ସ୍ଥିତ ହୋଲସେଲ ବଜାରରେ ବିଭିନ୍ନ ପ୍ରକାରର ରାକ୍ଷୀ ଦେଖିବାକୁ ମିଳିଛି । ଯେପରିକି ଷ୍ଟୋନରାକ୍ଷୀ, ଧାନ ରାକ୍ଷୀ, ଜଗନ୍ନାଥ ରାକ୍ଷୀ, ଟେଡି ରାକ୍ଷୀ,ବ୍ରେସଲେଟ ରାକ୍ଷୀ ଆଦି ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ସେହିଭଳି ବଜାରକୁ କମ ରାକ୍ଷୀ ଆସିଥିବା ବେଳେ ଗ୍ରାହକଙ୍କ ଚାହିଦା ଅଧିକ ରହିଥିବା ବ୍ୟବସାୟୀମାନେ କହିଛନ୍ତି । ଦୀର୍ଘ ଦୁଇବର୍ଷ କୋରୋନା କଟକଣା କୋହଳ ପରେ ଭଲ ବ୍ୟବସାୟ ହେବା ନେଇ ବ୍ୟବସାୟୀ ଆଶା ରଖିଛନ୍ତି ।