ଓଡିଶା

odisha

By

Published : Jul 23, 2023, 5:17 PM IST

ETV Bharat / state

ଆସୁଛି ରାକ୍ଷୀ, ଚଳଚଞ୍ଚଳ ଜଟଣୀ ହୋଲସେଲ ବଜାର

ପାଖେଇ ଆସୁଛି ଭାଇ ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରର ରାକ୍ଷୀ ବଜାର । ଅଧିକ ପଢ଼ନ୍ତୁ

rakhi festival 2023
ଆସୁଛି ରାକ୍ଷୀ ପୂର୍ଣ୍ଣିମା

ଆସୁଛି ରାକ୍ଷୀ ପୂର୍ଣ୍ଣିମା

ଖୋର୍ଦ୍ଧା: ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ଉଭଣୀଙ୍କ ପବିତ୍ର ସମ୍ପର୍କର ଏକ ପବିତ୍ର ଦିନ । ରାକ୍ଷୀ ପୂର୍ଣ୍ଣମୀକୁ ଆହୁରି ମାସେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରରେ ଏବେଠୁ ଜମିଲାଣି ରାକ୍ଷୀ ବେପାର । ଓଡ଼ିଶାର ମିନି କୋଲକାତା ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଜଟଣୀ ସହରରେ ରାକ୍ଷୀର ହୋଲସେଲ ଗୋଦାମ ଖୋଲାଯାଇଛି । ଭଳିକି ଭଳି ଡିଜାଇନର ରାକ୍ଷୀର ପସରା ମେଲାଇ ବିକ୍ରି ଆରମ୍ଭ ହେଲାଣି ।

ଏହା ମଧ୍ୟ ପଢ଼ନ୍ତୁ:10 ହଜାର ଫୁଟ ଉଚ୍ଚରେ ଭାରତର ଶେଷ ଗାଁରେ ITBP ଯବାନଙ୍କ ସହ ରକ୍ଷାବନ୍ଧନ ପାଳିଲେ ମହିଳା

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଖୁଚୁରା ବ୍ୟବସାୟୀମାନେ ଏଠାରୁ ହୋଲସେଲ ଦରରେ ରାକ୍ଷୀ ନେଇ ବ୍ୟବସାୟ କରି ଲାଭବାନ ହୋଇଥାଆନ୍ତି । ସେହିଭଳି ଭଳି କିଭଳି ବିିଭିନ୍ନ ଡିଜାଇନର ରାକ୍ଷୀ କିଣିବାକୁ ଗ୍ରାହକ ମଧ୍ୟ ଭିଡ଼ ଲଗାଉଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ବଜାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପ୍ରକାରର ରାକ୍ଷୀ ଆସିଥିବା ବେଳେ ବିଶେଷ କରି ଜଗନ୍ନାଥଙ୍କ ରାକ୍ଷୀର ଚାହିଦା ଅଧିକ ରହିଥିବା କହିଛନ୍ତି ବ୍ୟବସାୟୀ । ଏନେଇ ସେ କହିଛନ୍ତି, " ଦିଲ୍ଲୀ, କଲିକତା, ବମ୍ବେ, ଅହମ୍ମଦାବାଦ, ରାଜସ୍ଥାନ ଆଦି ଅଞ୍ଚଳରୁ ରାକ୍ଷୀ ଅଣାଯାଉଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ପ୍ରକାରର ରାକ୍ଷୀ ଅଣାଯାଇଛିି । ଚଳିତ ବର୍ଷ ପଚାଶ ପଇସାଠାରୁ ଆରମ୍ଭ କରି 150 ଟଙ୍କା ପର୍ଯ୍ୟନ୍ତ ରହିଛି ହୋଲସେଲ ରାକ୍ଷୀର ଦର ।"

ଏହା ମଧ୍ୟ ପଢ଼ନ୍ତୁ:ଭିନ୍ନକ୍ଷମଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା ପୋଲିସ ଅଧିକାରୀ, ଦେଖନ୍ତୁ ଭିଡିଓ

ଏହା ମଧ୍ୟ ପଢ଼ନ୍ତୁ:ଆସୁଛି ରାକ୍ଷୀ ପୂର୍ଣ୍ଣିମା, ଚଳଚଞ୍ଚଳ ଜଟଣୀର ହୋଲସେଲ ରାକ୍ଷୀ ବଜାର

ବ୍ୟବସାୟୀମାନେ ଗ୍ରାହକମାନଙ୍କ ମନ ଜିଣିବା ଭଳି ରାକ୍ଷୀ ଆଣି ଷ୍ଟଲ୍‌ରେ ସଜାଇଛନ୍ତି । ଷ୍ଟୋନ୍‌ ରାକ୍ଷୀ, ଧାନ ରାକ୍ଷୀ, ଜଗନ୍ନାଥ ରାକ୍ଷୀ, ବ୍ରେସଲେଟ ରାକ୍ଷୀ, ଛୋଟାଭୀମ ଭଳି ରାକ୍ଷୀ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଏହି ବଜାରକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଖୁଚୁରା ବ୍ୟବସାୟୀ ଓ ଗ୍ରାହକ ଆସିଥାନ୍ତି ଏବଂ ନିଜ ମନପସନ୍ଦର ରାକ୍ଷୀ କମ ଦରରେ ନିଅନ୍ତି । ବିଶେଷକରି ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼ ଆଦି ଅନେକ ସ୍ଥାନରୁ ଖୁଚୁରା ବ୍ୟବସାୟୀମାନେ ଆସି ରାକ୍ଷୀ ନେଇଥାନ୍ତି । ଏଥର ରାକ୍ଷୀର ଅଧିକ ଚାହିଦା ରହିଥିବାରୁ ଭଲ ବ୍ୟବସାୟ ନେଇ ଉଭୟ ହୋଲସେଲ ଓ ଖୁଚୁରା ବ୍ୟବସାୟୀ ଆଶା ରଖିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details