ଖୋର୍ଦ୍ଧା: ଦିନ କେଇଟା ପରେ ରକ୍ଷା ବନ୍ଧନ । ରାକ୍ଷୀ କିଣିବା ପାଇଁ ଏବେଠୁ ଜମିଲାଣୀ ଜଟଣୀ ବଜାରରେ ଭିଡ । ଭଳିକି ଭଳି ରାକ୍ଷୀର ପସରା ଖୋଲି ବ୍ୟବସାୟୀମାନେ ଆରମ୍ଭ କରି ଦେଲେଣି ବ୍ୟବସାୟ । ଆଉ ଏହି ରାକ୍ଷୀ ବ୍ୟବସାୟ ପାଇଁ ରାଜ୍ୟର ବେଶ ପ୍ରସିଦ୍ଧ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ବଜାର ।
ଆଗକୁ ରକ୍ଷା ବନ୍ଧନ, ଜଟଣୀରେ ଜମିଲାଣି ରାକ୍ଷୀ ବ୍ୟବସାୟ
ଦିନ କେଇଟା ପରେ ରକ୍ଷା ବନ୍ଧନ । ରାକ୍ଷୀ କିଣିବା ପାଇଁ ଏବେଠୁ ଜମିଲାଣୀ ଜଟଣୀ ବଜାରରେ ଭିଡ । ଅଧିକ ପଢନ୍ତୁ...
କୋରୋନା କଟକଣାକୁ ଦୃଷ୍ଟରେ ରଖି ବ୍ୟବସାୟୀ ମାନେ ବ୍ୟବସାୟ କରୁଛନ୍ତି । ଚଳିତବର୍ଷ ରାଜସ୍ଥାନ,ଦିଲ୍ଲୀ,ବମ୍ବେ,କଲିକତା,ଗୁଜୁରାଟ ଆଦି ସ୍ଥାନରୁ ଷ୍ଟୋନ,ସିଲକ ,ଡୋରୀ ରାକ୍ଷୀର ଚାହିଦା ଅଧିକ ରହିଛି । ଜଟଣୀ ସହର କାହିଁ କେଉଁ କାଳରୁ ରାକ୍ଷୀ ବ୍ୟବସାୟ ପାଇଁ ବେଶ ନାଁ କରିଛି । ଏଠାରେ ରାକ୍ଷୀ ହୋଲସେଲିଂ ଓ ଖୁଚୁରା ବ୍ୟବସାୟ ବିକ୍ରି ହେଉଥିବାରୁ ଅନେକ ବ୍ୟବସାୟୀ ଓ ଗ୍ରାହକ ମଧ୍ୟ ଏଠାକୁ ଆସନ୍ତି ସୁଲଭ ଦରରେ ରାକ୍ଷୀ କିଣିବା ପାଇଁ । ସେହିପରି ଚଳିତବର୍ଷ ଭଲ ବ୍ୟବସାୟ କରି ବେଶ ଭଲ ଦୁଇପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ