ଭୁବନେଶ୍ବର: ଅର୍ଚ୍ଚନା ଭଳି ଆଉ ଜଣେ ଲେଡି ବ୍ଲାକମେଲର, ଅର୍ଚ୍ଚନା ନାଗଙ୍କ ପରି ସମାନ ଢଙ୍ଗରେ ବଡବଡିଆଙ୍କୁ ପଟାଉଥିଲେ । ଅନଲାଇନରେ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇ ବନ୍ଧୁତାର ଦେଉଥିଲେ ଅଫର । ଆଉ ସମ୍ପର୍କ ଆଗକୁ ବଢିବା ପରେ ଅନ୍ତରଙ୍ଗ ଭିଡିଓ ସୁଟିଂ କରି କରୁଥିଲେ ବ୍ଲାକମେଲ । ସୁନ୍ଦର ଚେହେରା ଆଳରେ ହେବିଓ୍ବେଟ ଓ ହାଇପ୍ରୋଫାଇଲ ବିଜନେସ ମାନଙ୍କୁ ବନାଉଥିଲେ ମୋହରା । ଭୁବନେଶ୍ବରରେ ନୁହଁ ବରଂ ରାଜସ୍ଥାନରେ ଚଳାଇଥିଲେ ଅର୍ଚ୍ଚନା ପରି ହନିଟ୍ରାପର ସିଣ୍ଡିକେଟ । ଭିଡିଓ ଲିକ କରିବାର ଭୟ ଦେଖାଇ ଲୁଟୁଥିଲେ ମୋଟା ଅଙ୍କର ଟଙ୍କା । ଏନେଇ ରାଜସ୍ଥାନର ଗରଦପୁର ଅଞ୍ଚଳର ପ୍ରତିଷ୍ଠିତ ବ୍ୟବସାୟୀ ଥାନାରେ ଅଭିଯୋଗ କରିବା ପରେ ଏବେ ବ୍ଲାକମେଲରଙ୍କୁ ଭୁବନେଶ୍ବରରୁ ଗିରଫ କରିଛି ରାଜସ୍ଥାନ ପୋଲିସ ।
ଲେଡି ବ୍ଲାକମେଲର ଜଣଙ୍କ ହେଉଛନ୍ତି ପ୍ରୀତି ଦେଶାଇ, ଘର କର୍ଣ୍ଣାଟକରେ । ଏକାଧିକ ହେବିଓ୍ବେଟ ଓ ହାଇପ୍ରୋଫାଇଲ ବିଜନେସ ମାନଙ୍କୁ ସୁନ୍ଦର ଚେହେରା ଦେଖାଇ ଫସାଇବା ପରେ ତାଙ୍କ ଅଜାଣତରେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ସୁଟିଂ କରିୁଥିଲେ ପ୍ରୀତି ଦେଶାଇ । ଏହାପରେ ସେମାନଙ୍କୁ ବ୍ଲାକମେଲ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ । ଯାହାର ଫାଶରେ ପଡ଼ିଥିଲେ କର୍ଣ୍ଣାଟକର କପଡା ବ୍ୟବସାୟୀ। ଯାହାକୁ ନେଇ ମଧ୍ୟ ଜୀବନ ହରାଇବାକୁ ବାଧ୍ୟ ହୋଇଥିଲେ ।
ସେହିପରି ରାଜସ୍ଥାନର ଗରଦପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅନିଲ ଗୋୟଲଙ୍କୁ ପ୍ରେମ ଜାଲରେ ଫସାଇବା ସହ ସମାନ ଢଙ୍ଗରେ ତାଙ୍କୁ ବ୍ଲାକମେଲ କରି ମୋଟା ଅଙ୍କର ଟଙ୍କା ମାଗିଥିଲେ। ଯାହାକୁ ନେଇ ବ୍ୟବସାୟୀ ଜଣଙ୍କ ରାଜସ୍ଥାନ କେଟିଓ୍ବାଲ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ରାଜସ୍ଥାନ ପୋଲିସ ପ୍ରିତି ଦେଶାଇକୁ ଟ୍ରାକ କରିଥିଲା । ଶେଷରେ ଭୁବନେଶ୍ବରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ବେଳେ ପୋଲିସ ପ୍ରୀତି ଦେଶାଇଙ୍କୁ ଗିରଫ କରିଛି ରାଜସ୍ଥାନ ପୋଲିସ ।