ଖୋର୍ଦ୍ଧା: ଆଉ ଦିନ କେଇଟା ପରେ କୁଆଁରୀ ଝିଅର ପର୍ବ ‘ରଜ’ । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ସାରା ରାଜ୍ୟ । ‘ରଜ’ ଉତ୍ସବକୁ ଧୁମଧାମରେ ପାଳିବା ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଉଛି । ଏହି ପରିପ୍ରେକ୍ଷୀରେ ପାଇକ ବିଦ୍ରୋହର ଗାଥା ବହନ କରୁଥିବା ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପୀଠରେ ରଜ ଉତ୍ସବକୁ ଧୁମଧାମରେ ପାଳିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଚଳିତ ରଜ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦୋଳି ,ରଜ ପାନ, କବାଡ଼ି , ପଶା, ପୁଚି ଖେଳ ସହ ମହିଳା ମାନଙ୍କ ହୁଳହୁଳି ପ୍ରତିଯୋଗିତା କରାଯିବ । ସେହିପରି ପାଇକ ବିଦ୍ରୋହର ଦୁଇଶହ ତମ ପୂର୍ତ୍ତି ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପାଇକ ଦାୟାଦ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବ ପାଇକ ଆଖଡା ।