ଓଡିଶା

odisha

By

Published : Jun 16, 2022, 12:15 PM IST

ETV Bharat / state

Raja Festival 2022: ଜମୁଛି ବରୁଣେଇ ରଜ ମହୋତ୍ସବ

ଖୋର୍ଦ୍ଧା ବରୁଣେଇରେ ଅନୁଷ୍ଠିତ ହୋଇଛି ରଜ ମହୋତ୍ସବ । ମା' ବରୁଣେଇଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

Raja Festival 2022 :ବରୁଣେଇରେ ରଜ ମହୋତ୍ସବ
Raja Festival 2022 :ବରୁଣେଇରେ ରଜ ମହୋତ୍ସବ

ଖୋର୍ଦ୍ଧା: ରଜ ପାଇଁ ଉତ୍ସବ ମୁଖର ଗାଁ ଠୁ ସହର । ଖୋର୍ଦ୍ଧା ବରୁଣେଇରେ ଅନୁଷ୍ଠିତ ହୋଇଛି ରଜ ମହୋତ୍ସବ । ବରୁଣେଇ ରଜ ମହୋତ୍ସବର ମଜା ନେବା ସହିତ ମା' ବରୁଣେଇଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ରଜ ପର୍ବରେ ରିତିନୀତି ଅନୁଯାୟୀ ମା' ଙ୍କର ନୀତିକାନ୍ତି କରାଯାଇଛି । ବହୁ ଦୂରଦୂରାନ୍ତରୁ ଲୋକେ ଏଠାକୁ ଆସି ରଜ ଉତ୍ସବର ମଜା ନେବା ସାଙ୍ଗକୁ ପର୍ଯ୍ୟଟନସ୍ଥଳୀକୁ ବୁଲି ଦେଖୁଛନ୍ତି ।

Raja Festival 2022 :ବରୁଣେଇରେ ରଜ ମହୋତ୍ସବ

ସେହିପରି ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ରଜ ଉତ୍ସବ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯିବା ସହ ଦୋଳି ଲଗାଯାଇଛି । ସେହିପରି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ମିନାବଜାର ଓ ସରକାରୀ ଷ୍ଟଲ୍‌ ଖୋଲାଯାଇଛି । ବରୁଣେଇର ପ୍ରାକୃତିକ ପରିବେଶ ସହିତ ମାଙ୍କର ଦର୍ଶନ ଏବଂ ରଜ ମହୋତ୍ସବ ସମସ୍ତଙ୍କୁ ଆକୃଷ୍ଟ କରିଛି । ଖୋର୍ଦ୍ଧା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details