ଓଡିଶା

odisha

By

Published : Jun 14, 2022, 8:35 PM IST

ETV Bharat / state

ସାରୁଅରେ ଜମୁଛି ରଜପାନର ଆସର, ଚାହିଦାରେ ଫାୟାର ପାନ

ବରଷକ ଥରେ ଆସିଛି ରଜ । ପୁର-ପଲ୍ଲୀରେ ପିଠା, ପାନର ଆସର । ପ୍ରସିଦ୍ଧ ଖୋର୍ଦ୍ଧା ସାରୁଅରେ ଜମୁଛି ପାନର ପସରା । ଅଧିକ ପଢନ୍ତୁ

ସାରୁଅରେ ଜମୁଛି ରଜପାନର ଆସର, ଚାହିଦାରେ ଫାୟାର ପାନ
ସାରୁଅରେ ଜମୁଛି ରଜପାନର ଆସର, ଚାହିଦାରେ ଫାୟାର ପାନ

ଖୋର୍ଦ୍ଧା: ରଜ ଆସିଲେ ଯେପରି ସଜବାଜ ଏବଂ ପିଠା ଆପଣାଛାଏଁ ମନକୁ ଆସେ, ସେପରି ପାଟିକୁ ଆସେ ପାନର କଥା । ରଜ ପର୍ବ ସହ ଅଙ୍ଗାଙ୍ଗି ଭାବେ ଜଡିତ ପାନର ସମ୍ପର୍କ । ଚଳିତ ବର୍ଷ ରଜ ପର୍ବ ଆରମ୍ଭ ହୋଇ ଯାଇଥିବାବେଳେ ପାନ ପାଇଁ ପ୍ରସିଦ୍ଧ ଖୋର୍ଦ୍ଧା ଜିଲ୍ଲାର ସାରୁଅକୁ ଲୋକେ ଭୁଲିଯିବେ ବା କପରି । ସାରୁଅ ବଜାରରେ ମେଲିଛି ୨୫ ରୁ ଅଧିକ ଭଳିକି ଭଳି ପାନର ପସରା । ରଜରେ ପାନ ଖାଇ ମଜା ନେଉଛନ୍ତି ଲୋକେ ।

ସାରୁଅରେ ଜମୁଛି ରଜପାନର ଆସର, ଚାହିଦାରେ ଫାୟାର ପାନ


ଖୋର୍ଦ୍ଧାରୁ ନୟାଗଡ ଯିବା ବାଟରେ ପ୍ରାୟ 10 କିଲୋମିଟର ପରେ ସାରୁଅ ଗ୍ରାମର ଛକ ରହିଛି । ଏହି ଛକରେ ରଜ ପାନ ପାଇଁ ଆଖ ପାଖ ଅଞ୍ଚଳରେ ପ୍ରସିଦ୍ଧ ଲାଭକରିଛି । ସାରୁଅ ବଜାରରେ 25 ରୁ ଅଧିକ ପାନ ଦୋକାନୀ ରଜ ପାନର ପସରା ଖୋଲିଛନ୍ତି । ରାସ୍ତାରେ ଯାଉଥିବା ଲୋକେ ରଜ ପାନ ଖାଇବା ପାଇଁ ଗାଡି ଅଟକାଇ ସାରୁଅର ରଜ ପାନ ଖାଇଥାନ୍ତି । ରଜ ପର୍ବରେ ପ୍ରାୟ 20 ବର୍ଷ ହେବ ଦୋକାନୀମାନେ ରଜ ପାନ ପ୍ରସ୍ତୁତ କରିଆସୁଛନ୍ତି । ଲୋକେ ସାରୁଅର ରଜ ପାନ ଖାଇ ରଜ ଉତ୍ସବର ମଜା ନେଉଛନ୍ତି ।


ସାରୁଅର ରଜ ପାନ ଖାଇବାକୁ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳର ଲୋକେ ଆସିଥାନ୍ତି ଏହା ସହିତ । ଖୋର୍ଦ୍ଧାରୁ ନୟାଗଡ ଯିବା ବାଟରେ ସାରୁଅ ଛକରେ ଲୋକେ ଅଟକି ରଜ ପାନ ଖାଇଥାନ୍ତି । ଦୋକାନୀମାନେ କୋଲକାତା, ଭୁବନେଶ୍ବର, କଟକ, ବ୍ରହ୍ମପୁର ଆଦି ସ୍ଥାନରୁ ରଜ ପାନର ମସଲା କିଣି, ମିଠା ପତ୍ର ପାନରେ କମ୍ ଚୁନ ଦେଇ ରଜ ପାନ ପ୍ରସ୍ତୁତ କରିଥାନ୍ତି । ବନାରସୀ, ଫାୟାର, ଗ୍ଲାସ, କାକରା, ସିଙ୍ଗଡା ଇତ୍ୟାଦି ରକମର ପାନ ପ୍ରସ୍ତୁତ କରାଯାଏ ।

ବିଶେଷ କରି ଫାୟାର ପାନର ଚାହିଦା ଦେଖିବାକୁ ମିଳିଛି ସାରୁଅ ପାନ ବଜାରରେ । 15 ଟଙ୍କାରୁ 450 ଟଙ୍କା ପର୍ଯ୍ୟନ୍ତ ପାନର ଦର ରହିଛି । ଦୁଇ ବର୍ଷ ହେବ କରୋନା କଟକଣା ଫଳରେ ରଜ ପାନ ବେପାର ଫିକା ପଡିଯାଇଥିଲା । ମାତ୍ର ଚଳିତ ବର୍ଷ କଟକଣା ହଟିଥିବାରୁ ଗ୍ରାହକଙ୍କ ସାଙ୍ଗକୁ ବ୍ୟବସାୟୀ ମଧ୍ୟ ଆଶାବାଦୀ ଅଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details