ଓଡିଶା

odisha

ETV Bharat / state

ଆସନ୍ତା ୬ରୁ ଖୋଲିବ ରାଜଭବନ ଉଦ୍ୟାନ, ଆପ୍‌ରେ ପଞ୍ଜିକରଣ କରିବେ ପର୍ଯ୍ୟଟକ - ଆପ ମାଧ୍ୟମରେ ପଞ୍ଜିକରଣ କରିବେ ପର୍ଯ୍ୟଟକ

ସ୍କୁଲ କର୍ତୃପକ୍ଷ ଅଧିକ ବିବରଣୀ ପାଇଁ www.rajbhavanodisha.gov.in ପରିଦର୍ଶନ କରିପାରିବେ । ଯେଉଁମାନଙ୍କର ସ୍ମାର୍ଟ ଫୋନ ନାହିଁ ବା ରେଜିଷ୍ଟ୍ରେସନ କରିବାରେ ଅସୁବିଧାର ସମ୍ମୁଖୀନ ହେବେ, ସେମାନେ ରାଜଭବନ ଫାଟକ ପାଖରେ ସ୍ଥାପିତ କିଓସ୍କରର ସହାୟତା ନେଇପାରିବେ । ଅଧିକ ପଢନ୍ତୁ

ରାଜଭବନ ଉଦ୍ୟାନ
ରାଜଭବନ ଉଦ୍ୟାନ

By

Published : Jan 3, 2023, 9:48 PM IST

ଭୁବନେଶ୍ବର: ଜାନୁଆରୀ ୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ (Raj Bhavan Garden) ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ସରକାରୀ ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେକ ଦିନ ଅପରାହ୍ନ ୨.୩୦ଟାରୁ ୫ଟା ପର୍ଯ୍ୟନ୍ତ ଲୋକେ ଉଦ୍ୟାନ ପରିଦର୍ଶନ କରିପାରିବେ ।

ମୋବାଇଲ ଆପ ମାଧ୍ୟମରେ ପଞ୍ଜିକରଣ କରି ରାଜଭବନ ଉଦ୍ୟାନକୁ ପ୍ରବେଶ ଅନୁମତି ମିଳିବ । ଚଳିତ ବର୍ଷଠାରୁ ଆପ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ଏହି ଉଦ୍ୟାନ ଆପକୁ 'ରାଜ ଭବନ ଗାର୍ଡ଼େନ ଭିଜିଟ' ପ୍ଲେ ଷ୍ଟୋରରୁ ଡ଼ାଉନଲୋଡ଼ କରିବାକୁ ହେବ । ଏଥିସହ ଓଡ଼ିଶା ରାଜଭବନ ୱେବସାଇଟରେ ଥିବା କ୍ୟୁଆର କୋଡ଼କୁ ମଧ୍ୟ ସ୍କାନ କରି ଆପ ଡ଼ାଉନଲୋଡ଼ କରିହେବ । ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପରିଦର୍ଶନ ପାଇଁ ସକାଳ ୮.୩୦ ଟାରୁ ୧୦ଟା ପର୍ଯ୍ୟନ୍ତ ସମୟ ସ୍ଥିର ହୋଇଛି ।

ଏହାବି ପଢନ୍ତୁ- ଆକର୍ଷଣ କେନ୍ଦ୍ର ହେବ ଶିଖରଚଣ୍ଡୀ, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୨୫ କୋଟି

ସେହିପରି ସ୍କୁଲ କର୍ତୃପକ୍ଷ ଅଧିକ ବିବରଣୀ ପାଇଁ www.rajbhavanodisha.gov.in ପରିଦର୍ଶନ କରିପାରିବେ । ଯେଉଁମାନଙ୍କର ସ୍ମାର୍ଟ ଫୋନ ନାହିଁ ବା ରେଜିଷ୍ଟ୍ରେସନ କରିବାରେ ଅସୁବିଧାର ସମ୍ମୁଖୀନ ହେବେ, ସେମାନେ ରାଜଭବନ ଫାଟକ ପାଖରେ ସ୍ଥାପିତ କିଓସ୍କରର ସହାୟତା ନେଇପାରିବେ ।

ଏହାବି ପଢନ୍ତୁ- ଧର୍ମେନ୍ଦ୍ରଙ୍କ ଦୁଇ ସୂତ୍ରୀ ଫର୍ମୁଲା, 2023 ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ

ରାଜଭବନ ପରିସରରେ ୱାଟର ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ, ଭାରତମାତାଙ୍କ ମୂର୍ତ୍ତି, ନୂତନ ଭାବେ ସ୍ଥାପିତ ଶୀଲାଉପବନ, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, କକ୍ଟେଲ ପକ୍ଷୀ ଘର, କୃତ୍ରିମ ଝରଣା ସହ ବିଭନ୍ନ ପ୍ରକାର ପୁଷ୍ପ ଓ ସବୁଜ ପରିବେଶ ପରିଦର୍ଶକମାନେ ଉପଭୋଗ କରିପାରିବେ । ରାଜଭବନ ପରିସରକୁ ଖାଦ୍ୟଦ୍ରବ୍ୟ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ନ ଆଣିବା ସହ ସ୍ୱଚ୍ଛତା ଓ ଶୃଙ୍ଖଳା ରକ୍ଷା କରିବାକୁ ରାଜଭବନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details