ଓଡିଶା

odisha

ETV Bharat / state

Weather update: ଫେରୁଛି ମୌସୁମୀ, କମିବ ବର୍ଷାର ପ୍ରଭାବ - ଓଡ଼ିଶା ପାଣିପାଗ ସୂଚନା

ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମାତ୍ର ଆଉ ଦୁଇରୁ ତିନିଦିନ ମଧ୍ୟରେ ରାଜ୍ୟରୁ ଅପସାରଣ କରିବ ମୌସୁମୀ । ତେବେ ଏନେଇ ପାଗ ଅନୁକୂଳ ହେଉଥିବା ବେଳେ ଆଗାମୀ ଦୁଇଦିନ ମଧ୍ୟରେ ଅନୁକୂଳ ପାଗକୁ ନେଇ ଆଭ୍ୟନ୍ତରୀଣ ଓଡିଶାରୁ ଅପସାରଣ ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଅଧିକ ପଢ଼ନ୍ତୁ

ରାଜ୍ୟରୁ ଅପସାରଣ କରିବ ମୌସୁମୀ
ରାଜ୍ୟରୁ ଅପସାରଣ କରିବ ମୌସୁମୀ

By ETV Bharat Odisha Team

Published : Oct 7, 2023, 9:56 PM IST

ରାଜ୍ୟରୁ ଅପସାରଣ କରିବ ମୌସୁମୀ

ଭୁବନେଶ୍ବର: ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଉ ମାତ୍ର ଦୁଇରୁ ତିନିଦିନ ମଧ୍ୟରେ ରାଜ୍ୟରୁ ଅପସାରଣ କରିବ ମୌସୁମୀ। ତେବେ ଏନେଇ ପାଗ ଅନୁକୂଳ ହେଉଥିବା ବେଳେ ଆଗାମୀ ଦୁଇଦିନ ମଧ୍ୟରେ ଅନୁକୂଳ ପାଗକୁ ନେଇ ଆଭ୍ୟନ୍ତରୀଣ ଓଡିଶାରୁ ଅପସାରଣ ଆରମ୍ଭ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗର ନିୟାମକ ସକ୍ରିୟ ନଥିବା ବେଳେ ରାଜ୍ୟରେ ୫ ଦିନ ଯାଏ କୌଣସି ବର୍ଷାର ପ୍ରଭାବ ନାହିଁ । ଆଗାମୀ ୫ ଦିନ ଯାଏ ପାଗ ଶୁଖିଲା ରହିବା ସହ କାଁଭାଁ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ । ରାଜ୍ୟରେ ୫ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ନଥିବା ବିଭାଗ କହିଛି ।

ଆସନ୍ତା ୨୪ ଘଣ୍ଟାରେ ଉପକୂଳର ଓଡ଼ିଶାର କିଛି ଅଞ୍ଚଳ ଯେପରିକି ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟର ଓ ମାଲକାନଗିରି ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ । ସେହିଭଳି ଅନ୍ୟ ଜିଲ୍ଲା ଗୁଡିକରେ ଶୁଖିଲା ପାଗ ରହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଅର୍ଥାତ 8 ତାରିଖରେ କୋଷ୍ଟାଲ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଏହା ପରେ 9, 10 ଏବଂ 11 ତାରିଖରେ ଓଡ଼ିଶାର ପାଗ ଶୁଖିଲା ରହିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଯିବା ଫଳରେ ପାଗ ଧିରେ ଧିରେ ସୁଖିଲା ହେବ।

ଏହା ମଧ୍ୟ ପଢ଼ନ୍ତୁ ...Weather Update: ରାଜ୍ୟରୁ ଅପସାରଣ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ବେଳେ ରାଜ୍ୟରେ ସର୍ବାଧିକ ୭୬ .୦୦ ମିମି ବର୍ଷା ଭଦ୍ରକ ତିହିଡି ଠାରେ ରେକର୍ଡ ହୋଇଛି । ତେବେ ପାଗ ମେଘାଛନ୍ନ ଥିବା କାରଣରୁ ଅନେକ ସ୍ଥାନରେ ତାପମାତ୍ରା କମ୍ ରହିଛି । ଆଜି ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା 38 ଡିଗ୍ରୀ ରହିଥିଲା।

ଏହା ମଧ୍ୟ ପଢ଼ନ୍ତୁ ...Odisha Weather: ଆହୁରି ୨୪ ଘଣ୍ଟା ଛେଚିବ, 5 ଜିଲ୍ଲାକୁ ଅରେଞ୍ଜ୍‌ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details