ଭୁବନେଶ୍ବର: ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । କଳାବୈଶାଖୀ ପ୍ରଭାବ କମିବା ପରେ ବି କେତେକ ସ୍ଥାନରେ ଜାରି ରହିଛି ଅସହ୍ୟ ଗୁଳିଗୁଳି ସହ ତାତି । ଏହି ଉଚ୍ଚ ତାପମାତ୍ରାକୁ ଦୃଷ୍ଟିରେ ରଖି ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବା ପାଇଁ ସଚେତନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଜାରି ରହିବା ନେଇ ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ । ତେଣୁ ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ବିଶେଷ କରି ଗ୍ରୀଷ୍ମ ପ୍ରଭାବରେ ସିଝିବ ଉପକୂଳ ଓଡ଼ିଶା ।
ଏହା ମଧ୍ୟ ପଢନ୍ତୁ- RBIର ବଡ ଘୋଷଣା: କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ, 30 ସେପ୍ଟେମ୍ବର ସୁଦ୍ଧା ବଦଳାଇ ହେବ
ଅନ୍ୟପଟେ ଗତକାଲି ୨୧ଟି ସହରରେ ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ଗଞ୍ଜାମ, ନୟାଗଡ଼, କେନ୍ଦ୍ରାପଡ଼ା, ଖୋର୍ଦ୍ଧା , କଟକ, ଯାଜପୁର, ଢେଙ୍କାନାଳ ଜଗତସିଂହପୁର, ଭଦ୍ରକ ପରି ୯ ଟି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଳା ଗୁଡିକରେ ପ୍ରାୟ ୫୦-୬୦ ବେଗରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି l