ଓଡିଶା

odisha

By

Published : Jul 7, 2023, 10:04 PM IST

ETV Bharat / state

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆହୁରି 4 ଦିନ ବର୍ଷିବ

ମୌସୁମୀ ସକ୍ରିୟ ଥିବାବେଳେ ରାଜ୍ୟରେ ଘୂର୍ଣ୍ଣିବଳୟର ପ୍ରଭାବ ରହିଛି। ଫଳରେ ଆଗାମୀ ୪ ଦିନ ଯାଏଁ ବର୍ଷାର ସମ୍ଭାବନା ରହିଛି l ଅଧିକ ପଢନ୍ତୁ

ଆହୁରି 4 ଦିନ ବର୍ଷା ସମ୍ଭାବନା
ଆହୁରି 4 ଦିନ ବର୍ଷା ସମ୍ଭାବନା

ଆହୁରି 4 ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର: ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିମି ଯାଏଁ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ପ୍ରଭାବ l ଫଳରେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି l ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି l ସେହିପରି ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ଵର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର l

ଗୋଟିଏ ପଟେ ମୌସୁମୀ ସକ୍ରିୟ ଥିବାବେଳେ ଅନ୍ୟ ପଟେ ଘୂର୍ଣ୍ଣିବଳୟ ପ୍ରଭାବ ରହିଛି। ଫଳରେ ଆଗାମୀ ୪ ଦିନ ଯାଏଁ ବର୍ଷାର ସମ୍ଭାବନା ରହିଛି l ଆସନ୍ତା ସପ୍ତାହରୁ ଘୂର୍ଣ୍ଣିବଳୟର ସକ୍ରିୟତାକୁ ନେଇ ବର୍ଷା ବଢିବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ଆଗାମୀ ଦୁଇ ସପ୍ତାହ ଧରି ହେବାକୁ ଥିବା ବର୍ଷା ନିଅଁଟିଆ ବର୍ଷାର ଭରଣା କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି l

ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇଦିନରେ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ଭରଣ ହୋଇଛି l ଚଳିତ ମୌସୁମୀରେ, ଜୁନ ପହିଲାରୁ ଜୁଲାଇ 7ତାରିଖ ମଧ୍ୟରେ ୨୦୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୨୭୬.୬ ମିଲିମିଟର ତୁଳନାରେ ୨୫ % କମ୍ ବୋଲି ଜଣାପଡିଛି l ତେବେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୧୦.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୬୮.୩ ମିଲିମିଟର ତୁଳନାରେ ୫୩% ଅଧିକ ରହିଛି l ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୧୭.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୨୫.୧ ମିଲିମିଟର ତୁଳନାରେ ୬୪% କମ ରହିଛି l

ଏହା ମଧ୍ୟ ପଢନ୍ତୁ...ପ୍ରଥମ ବର୍ଷା ପାଣିରେ ବୁଡିଲା ଟେମୁରୁପାଲ୍ଲୀ, ପୋଲ ଉପରେ ୫ଫୁଟର ପାଣି

ସେହିପରି ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ, କେନ୍ଦୁଝର ଓ ମାଲକାନଗିରି ଆଦି ୧୦ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଛି l ଏଥିସହ ପ୍ରାୟ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡିଛି l ତେବେ ଆସନ୍ତା 13 ତାରିଖ ପରେ ଭଲ ବର୍ଷାର ସମ୍ଭାବନା ରହିଛି l ସ୍ଵାଭାବିକ ଠାରୁ ତାପମାତ୍ରା କମ୍ ରହୁଥିଲେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁଁ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ବୃଦ୍ଧି ହେଉଛି l ପ୍ରାୟ ୮୦ ପ୍ରତିଶତ ଆର୍ଦ୍ରତା ଦେଖିବକୁ ମିଳୁଛି l ତେବେ ଭଦ୍ରକକୁ ଛାଡିଦେଲେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିଛି l ଗତ ୨୪ ଘଣ୍ଟାରେ ମାଲକାନଗିରି ମାଥିଲିଠାରେ ସର୍ବାଧିକ ୯୦ ପ୍ରତିଶତ ବର୍ଷା ରେକର୍ଡ ହୋଇଛି l

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details