ଓଡିଶା

odisha

ETV Bharat / state

ଦୁଇ ଦିନ ବର୍ଷା, ପାଣିପାଗ ବିଭାଗର ପୂର୍ବାନୁମାନ - odisha

ଆସନ୍ତା 8 ଓ 9 ତାରିଖରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 12ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Feb 9, 2019, 10:10 AM IST

ଭୁବନେଶ୍ବର: ଆସୁଛି ବର୍ଷା । ଆସନ୍ତା 8 ଓ 9 ତାରିଖରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 12ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।


ଜଣାଯାଇଛି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା, କଟକ, ସୋନପୁର, ବୌଦ୍ଧ, ବଲାଙ୍ଗିର, ରାୟଗଡା, ଗଜପତି, ସୁନ୍ଦରଗଡ ଏବଂ କନ୍ଧମାଳ । ଏହି ସବୁ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । 8 ତାରିଖରେ ପଶ୍ଚିମ ଓଡିଶାରେ ଯଥା ସୁନ୍ଦରଗଡ, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, କୋରାପୁର, ବରଗଡ଼, ଦେଓଗଡ଼, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାଯୋଗ୍ୟ ଯେ ଧିରେଧିରେ ରାଜ୍ୟରୁ ବିଦାୟ ନେଉଛି ଶୀତ । ବର୍ତ୍ତମାନ ରାଜଧାନୀରେ ଦିନବେଳା ତାପମାତ୍ରା ୩୦ ଡିଗ୍ରି ଥିବା ବେଳେ ରାତିରେ ତାପମାତ୍ରା ଆଶାତୀତ ଭାବେ ହ୍ରାସ ପାଉଛି । ବର୍ଷା ହେଲେ ତାପମାତ୍ର କମିବାର ଆଶା କରାଯାଉଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details