ଭୁବନେଶ୍ବର:ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦଶପଲ୍ଲାକୁ ଗଡିବ ଟ୍ରେନ୍ । ବର୍ତ୍ତମାନ ସମୟରେ ଷ୍ଟେସନ ଏବଂ ଟ୍ରାକ୍ କାମ ଶେଷ ହୋଇଛି । ଏକ ସ୍ବତନ୍ତ୍ର ଟ୍ରେନ ଯୋଗେ ଦଶପଲ୍ଲା ଷ୍ଟେସନ କାର୍ଯ୍ୟର ସମୀକ୍ଷା ହୋଇଛି । ତେବେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ସେକ୍ସନକୁ ଆସନ୍ତା ୬ ତାରିଖରେ ଉଦଘାଟନ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵନୀ ବୈଷ୍ଣବ । ଏହାସହିତ ୪ଟି ଟ୍ରେନକୁ ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି ।
ଆସନ୍ତା ୬ ତାରିଖରେ ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଦଶପଲ୍ଲା ରେଳ ଷ୍ଟେସନ ବିଲଡିଂ ଏବଂ ନବ ନିର୍ମିତ ନୂଆଗାଁ-ଦଶପଲ୍ଲା ରେଳ ସେକ୍ସନର ଉଦଘାଟନ କରିବା ସହିତ ଚାରିଟି ଟ୍ରେନର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । 18423 /18424 ଭୁବନେଶ୍ବର-ନୟାଗଡ଼ ଟାଉନ-ଭୁବନେଶ୍ବର ଏକ୍ସପ୍ରେସ, 08429/ 08430 ଭୁବନେଶ୍ବର- ନୂଆଗାଁ ରୋଡ- ଭୁବନେଶ୍ବର ପାସେଞ୍ଜର ସ୍ପେଶାଲ । 08423/ 08424 ପୁରୀ- ନୂଆଗାଁ ରୋଡ- ପୁରୀ ପାସେଞ୍ଜର ସ୍ପେଶାଲ ଏବଂ 08555/ 08556 ଭଦ୍ରକ- ନୟାଗଡ଼ ଟାଉନ- ଭଦ୍ରକ ମେମୁ ଟ୍ରେନ ଗୁଡିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ।
ଏହା ବି ପଢନ୍ତୁ- ଯମ ଯନ୍ତ୍ରଣା ଦେଉଛି ବାଘମାରୀ-ଗଣିଆ-ଦଶପଲ୍ଲା ରାସ୍ତା, ବଢୁଛି ଜନଅସନ୍ତୋଷ