ଓଡିଶା

odisha

ETV Bharat / state

ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର: ରଥଯାତ୍ରାରେ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନ - puri rathyatra news

ଆସନ୍ତା 20 ତାରିଖଠାରୁ ଆରମ୍ଭ କରି 30 ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ପାଇଁ ପୁରୀକୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରରୁ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନର ବ୍ୟବସ୍ଥା ହୋଇଛି । ଅଧିକ ପଢନ୍ତୁ

ରଥଯାତ୍ରାରେ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନ
ରଥଯାତ୍ରାରେ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନ

By

Published : Jun 16, 2023, 10:46 PM IST


ଭୁବନେଶ୍ବର: ରଥଯାତ୍ରା ପାଇଁ ପୁରୀକୁ ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ଆସନ୍ତା 20 ତାରିଖଠାରୁ ଆରମ୍ଭ କରି 30 ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ପ୍ରାନ୍ତରରୁ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନ। ଅନ୍ୟପଟେ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ କୌଣସି ସ୍ପେଶାଲ ଟ୍ରେନ ଗଡିବ ନାହିଁ ବୋଲି ସୂଚନା ଦିଆଯାଇଛି। ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏନେଇ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ବିଭିନ୍ନ ସ୍ଥାନରୁ ୧୫ ଯୋଡା ସ୍ପେଶାଲ ଟ୍ରେନ୍‌ର ଆୟୋଜନ କରାଯାଇଛି। ତେବେ 20 ତାରିଖ ଗୁଣ୍ଡିଚା ଯାତ୍ରାଠାରୁ ଆରମ୍ଭ କରି ବାହୁଡ଼ା ଯାତ୍ରା ସହ ସୁନାବେଶ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି।

ରଥଯାତ୍ରାରେ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନ
ତେବେ ସ୍ପ୍ରେଶାଲ ଟ୍ରେନ ଗୁଡ଼ିକ ହେଲା...୦୮୯୦୭ ପାରାଦ୍ୱୀପ - ପୁରୀ ସ୍ପେଶାଲ, ୦୮୦୧୯ ଅନୁଗୁଳ -ପୁରୀ ସ୍ପେଶାଲ, ୦୮୦୪୧ ଭଦ୍ରକ-ପୁରୀ ସ୍ପେଶାଲ, ୦୮୦୩୩ ଖୋର୍ଦ୍ଧାରୋଡ- ପୁରୀ ସ୍ପେଶାଲ, ୦୮୦୫୧ ନୂଆଗାଁ ରୋଡ- ପୁରୀ ସ୍ପେଶାଲ, ୦୮୦୨୧ ଅନୁଗୁଳ- ପୁରୀ ସ୍ପେଶାଲ, ୦୮୦୪୩ ଭଦ୍ରକ- ପୁରୀ ସ୍ପେଶାଲ, ୦୮୦୨୩ ବ୍ରହ୍ମପୁର-ପୁରୀ ସ୍ପେଶାଲ, ୦୮୯୦୯ ପାରାଦ୍ୱୀପ- ପୁରୀ ସ୍ପେଶାଲ, ୦୮୫୪୯ ପଲାସା- ପୁରୀ ସ୍ପେଶାଲ, ୦୮୦୪୫ କେନ୍ଦୁଝରଗଡ- ପୁରୀ ସ୍ପେଶାଲ, ୦୮୦୨୯ ଗୁଣପୁର- ପୁରୀ ସ୍ପେଶାଲ, ୦୮୯୧୧ ଯାଜପୁର କେନ୍ଦୁଝର ରୋଡ- ପୁରୀ ସ୍ପେଶାଲ, ୦୮୦୨୫ ବ୍ରହ୍ମପୁର- ପୁରୀ ସ୍ପେଶାଲ, ୦୮୦୩୭ ଖୋର୍ଦ୍ଧାରୋଡ-ପୁରୀ ସ୍ପେଶାଲ ଆଦି ଟ୍ରେନ ଗୁଡିକ ନିଜ ନିଜ ଗନ୍ତବ୍ୟ ସ୍ଥାନରୁ ପୁରୀ ଅଭିମୁଖେ ଯାତ୍ରା କରିବ।
ରଥଯାତ୍ରାରେ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନ

ତେବେ ଏହି ସମସ୍ତ ଟ୍ରେନ ଅନୁଗୁଳ ଏବଂ ହରିପୁରଗ୍ରାମ ଦେଇ ଚଳାଚଳ କରିବାକୁ ଥିବାବେଳେ ଟ୍ରେନ ଗୁଡ଼ିକ ପାଇଁ ସମସ୍ତ ଷ୍ଟେସନରେ ରହିବାର ବ୍ୟବସ୍ଥା କରାଯାଇଛି। ସେହିପରି ପୂର୍ବତଟ ରେଳପଥ ଦ୍ୱାରା ରଥଯାତ୍ରା ଲାଗି ଦୁର ଦୁରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ରେଲୱେ ଗେଷ୍ଟ ହାଉସର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଅନ୍ୟପଟେ ରଥଯାତ୍ରାରେ ଅଧିକାଂଶ ଲୋକ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ବିହାରରୁ ଆସିଥାନ୍ତି । କିନ୍ତୁ ଗତ ୨ ତାରିଖରେ ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ କୌଣସି ଟ୍ରେନର ବ୍ୟବସ୍ଥା କରାଯାଇନାହିଁ ।

ରଥଯାତ୍ରାରେ ପୁରୀକୁ ଗଡିବ ୧୫ ଯୋଡା ସ୍ପେଶାଲ ଟ୍ରେନ

ଦକ୍ଷିଣ ପୂର୍ବ ରେଳପଥରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପେଶାଲ ଟ୍ରେନ୍‌ର ଆୟୋଜନ କରାଯାଇନଥିବା କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥର CPRO ଆଦିତ୍ୟ ଚୌଧୁରୀ । ବାହାନଗା ଦୁର୍ଘଟଣା ଯୋଗୁଁ ବିଭିନ୍ନ ସ୍ଥାନରେ ସିଗ୍ନାଲ ବ୍ୟବସ୍ଥା ଗୁଡିକର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ ଟ୍ରାକ୍ ଗୁଡିକର ମଧ୍ୟ କାର୍ଯ୍ୟ ଚାଲିଥିବାରୁ ଅନେକ ଟ୍ରେନ ଗୁଡିକ ବାତିଲ କରାଯାଇଥିବାବେଳେ କେତେକ ଗୁଡିକର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ଦେଇଛନ୍ତି CPRO।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details