ଖୋର୍ଦ୍ଧା: ଚଳିତ ବର୍ଷ ରେଳବାଇ କର୍ମଚାରୀଙ୍କୁ ବୋନସ ମିଳିନଥିବା ବେଳେ ଏହାକୁ ନେଇ ଅସନ୍ତେଷ ପ୍ରକାଶ କରିଛି ରେଲବାଇ ଶ୍ରମିକ ସଂଘ ।
ରେଳବାଇ ଶ୍ରମିକ ସଙ୍ଘକୁ ମିଳିନି ବୋନସ, ଚକାଜାମ ଚେତାବନୀ - railway labour association called astrike for bonous
ଚଳିତ ବର୍ଷ ରେଳବାଇ କର୍ମଚାରୀଙ୍କୁ ବୋନସ ମିଳିନଥିବା ବେଳେ ଏହାକୁ ନେଇ ଅସନ୍ତେଷ ପ୍ରକାଶ କରିଛି ରେଲବାଇ ଶ୍ରମିକ ସଂଘ । ମନ୍ତ୍ରଣାଳୟ ନିଷ୍ପତ୍ତି ନନେଲେ ଚକାଜାମ ଚେତାବନୀ। ଅଧିକ ପଢନ୍ତୁ.....
20 ଅକ୍ଟୋବରକୁ ସର୍ବଭାରତୀୟ ସ୍ତରରେ ରେଲୱେ କର୍ମଚାରୀ ମାନେ ବୋନସ ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଆସନ୍ତାକାଲି ସୁଦ୍ଧା ଯଦି ରେଳ ମନ୍ତ୍ରଣାଳୟ ବୋନସ ପ୍ରଦାନ କରିବାକୁ ନିଷ୍ପତ୍ତି ନନିଏ ତେବେ ସାରା ଦେଶରେ ଆନ୍ଦୋଳନ କରିବା ସହ ଚକାଜାମ କରିବାକୁ ଚେତାବନୀ ଦେଇଛି ସର୍ବଭାରତୀୟ ରେଲୱେ ମେନ୍ସ ଫେଡେରେସନ ଏବଂ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରେଳ କର୍ମଚାରୀଙ୍କ ଅନ୍ୟାନ୍ୟ ସମସ୍ୟା ପ୍ରତି ଯଦି ଆଗକୁ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ତେବେ ବ୍ୟାପକ ଆନ୍ଦୋଳନ କରାଯିବା ନେଇ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ