ଓଡିଶା

odisha

ଭୂତକୋଠି ପାଲଟିଛି ରେଳ ବିଭାଗ କ୍ଵାଟର, ରାତିରେ ଜମୁଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

By ETV Bharat Odisha Team

Published : Jan 19, 2024, 2:32 PM IST

Railway Department Quarters: ପରିତ୍ୟକ୍ତ ଅବସ୍ଥାରେ ବୋଲଗଡ଼ ରୋଡ ରେଳ ଷ୍ଟେସନରେ ଥିବା ରେଳ ବିଭାଗ କ୍ୱାଟର । ଅଧିକ ପଢନ୍ତୁ

ଭୂତକୋଠି ପାଲଟିଛି ରେଳ ବିଭାଗ କ୍ଵାଟର
railway department quarters

railway department quarters
ଖୋର୍ଦ୍ଧା: ପରିତ୍ୟକ୍ତ ଅବସ୍ଥାରେ ସରକାରୀ କ୍ବାଟର । ଭୂତକୋଠି ପାଲଟିଛି ରେଳ ବିଭାଗ କ୍ୱାଟର । ଦୀର୍ଘ ୫ ବର୍ଷ ହେବ ନିର୍ମାଣ ହେଇଥିବା କ୍ୱାଟର କୋମାକୁ ଚାଲିଗଲା ପରି ମନେ ହେଉଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କ୍ୱାଟର ଏବେ ଅସାମାଜିକ ଯୁବକଙ୍କ ଆଡାସ୍ଥଳୀ ପାଲଟିଛି । ଘରର ଚତୁଃପାର୍ଶ୍ବ ଘାସ ଜଙ୍ଗଲରେ ପରିପୂର୍ଣ୍ଣ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ରୋଡ ରେଳ ଷ୍ଟେସନରେ ଥିବା ରେଳ ବିଭାଗର କ୍ବାଟର ଅବସ୍ଥା ଏବେ ଏପରି ହୋଇଥିବା ଅଭିଯୋଗ ଆସିଛି ।

ଗତ 2017 ମସିହାରେ ରେଳ ବିଭାଗ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥର ବୋଲଗଡ ନିକଟସ୍ଥ ମାଣିକଗୋଡା ଗ୍ରାମ ନିକଟରେ ବୋଲଗଡ ରୋଡ ଷ୍ଟେସନ ନିର୍ମାଣ କରିଥିଲା । ଏହାର ଠିକ ଦୁଇ ବର୍ଷ ପରେ କର୍ମଚାରୀଙ୍କ ରହିବା ପାଇଁ ରେଳ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ପାଞ୍ଚଟି ସରକାରୀ କ୍ବାଟର । ଆଜକୁ ଦୀର୍ଘ ପାଞ୍ଚ ବର୍ଷ ହେବ ଏହି କ୍ବାଟର ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ତାଲା ପକାଇ ରଖିଛି ରେଳ ବିଭାଗ । ବ୍ୟବହାର ନହେବାରୁ ଏବେ କ୍ବାଟରଗୁଡିକ ଭୂତକୋଠି ସଦୃଶ ହୋଇଛି । କ୍ବାଟରର କେଉଁଠି କବାଟ ଭାଙ୍ଗି ଯାଇଛି ତ ଆଉ କେଉଁଠି ଉଇ ହୁଙ୍କା ହୋଇଛି । ଏହି ସ୍ଥାନ ନିଛାଟିଆ ହୋଇଥିବାରୁ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ ।

ଏହା ମଧ୍ୟ ପଢନ୍ତୁ-ପ୍ରାଣୀଧନ ଚିକିତ୍ସା ବିଭାଗରେ ଝୁଲିଛି ତାଲା, କେନ୍ଦ୍ର ପାଲଟିଛି ଭୂତକୋଠି

ସେହିପରି ଏହି ଷ୍ଟେସନର ରାସ୍ତା ଅନ୍ଧାରିଆ ଓ ବିପଦପୂର୍ଣ୍ଣ ହୋଇ ପଡ଼ିଥିବା ବେଳେ ରାତି ଟ୍ରେନରେ ଆସୁଥିବା ଯାତ୍ରୀ ନିଜକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଛନ୍ତି । ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତା ମରାମତି ନହୋବାରୁ ତିନି ପଞ୍ଚାୟତବାସୀ ବହୁ ହଇରାଣ ହରକତ ହେଉଛନ୍ତି । ସେପଟେ ରେଳ କର୍ମଚାରୀଙ୍କ ପାଇଁ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ଘରେ କାହିଁକି ରହୁନାହାନ୍ତି ବୋଲି ପ୍ରଶ୍ନ କରିବାରୁ ଏହା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ବୋଲଗଡ଼ ରୋଡ ଷ୍ଟେସନ ମାଷ୍ଟର । ତେବେ ରେଳ ବିଭାଗ ଲକ୍ଷାଧିକ ଟଙ୍କା ବ୍ୟୟରେ ନିଜ କର୍ମଚାରୀଙ୍କ ପାଇଁ ନିର୍ମାଣ କରିଥିବା ବାସଗୃହକୁ କେବେ ଉପଯୋଗ କରିବ ଏବଂ ଏଥିପ୍ରତି କେବେ ରେଳ ବିଭାଗର ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ।



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details