ଖୋର୍ଦ୍ଧା: ରେଳ ବିଭାଗ ଖୋଲିଲା ଟିକଟ କାଉଣ୍ଟର । ଟିକେଟ ପାଇଁ ସାମାଜିକ ଦୁରତାକୁ ପ୍ରାଧାନ୍ୟ । କରୋନା ମହାମାରୀ ପାଇଁ ହୋଇଥିଲା ଲକଡାଉନ । ସେଥିପାଇଁ ରାସ୍ତାଘାଟ ଷ୍ଟେସନ ବଜାର ସବୁ ପାଲଟିଥିଲା ଖାଁ ଖାଁ । ଆଉ ଏବେ ଲକଡାଉନରେ ସରକାର ରେଳ ଯାତ୍ରା ପାଇଁ କରିଛନ୍ତି କିଛିଟା କୋହଳ । ଆଜିଠାରୁ ସମସ୍ତ ରେଳ ଷ୍ଟେସନରେ ଥିବା ଟିକେଟ ବୁକିଙ୍ଗ କାଉଣ୍ଟର ସରକାରଙ୍କ ନୀତି ନିୟମ ଅନୁଯାୟୀ ଚାଲୁ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ଏକ ପ୍ରକାର ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ବୁକିଙ୍ଗ କାଉଣ୍ଟର ।
ରେଳ ବିଭାଗ ଖୋଲିଲା କାଉଣ୍ଟର, ଟିକେଟ ପାଇଁ ସାମାଜିକ ଦୁରତାକୁ ପ୍ରାଧାନ୍ୟ - ଖୋର୍ଦ୍ଧା ରେଳ ଷ୍ଟେସନ
ଖୋର୍ଦ୍ଧା ରେଳ ଷ୍ଟେସନରେ ରେଳ ବିଭାଗ ଖୋଲିଲା ଟିକେଟ କାଉଣ୍ଟର । ଟିକେଟ ପାଇଁ ସାମାଜିକ ଦୁରତାକୁ ପ୍ରାଧାନ୍ୟ ।
khurdha railway station opened ticet counter
ରେଳ ବିଭାଗର ନିଷ୍ପତି କ୍ରମେ ଆଜି ଠାରୁ ଆରମ୍ଭ ହେଲା ଟିକେଟ ବୁକିଙ୍ଗ । ଜଟଣୀ ଖୋର୍ଦ୍ଧା ରୋଡ ଷ୍ଟେସନରେ ଲୋକମାନେ ପହଞ୍ଚି ନିଜ ନିଜର ଟିକେଟ କାଟିବାକୁ ଭିଡ଼ ଲଗାଇଥିବା ବେଳେ ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ରେଳ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଷ୍ଟେସନରେ ଆରପିଏଫ ମୁତୟନ ରହି ଲୋକ ମାନଙ୍କୁ ସାମାଜିକ ଦୂରତା ରଖି ଟିକେଟ କରିବାକୁ ସଚେତନ କରାଉଥିବା ଦେଖାଦେଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ