ଓଡିଶା

odisha

ETV Bharat / state

ମାଙ୍କଡା ଖଣିରେ ବନବିଭାଗର ଚଢ଼ାଉ, ଗ୍ରାମବାସୀ ଛଡାଇ ନେଲେ ଜେସିବି - raid on a mines by forest department

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନ ଗମେଇ ଗ୍ରାମରେ ଥିବା ବନ ବିଭାଗ ଜାଗାରେ ଏକ ବେଆଇନ ମାଙ୍କଡା ପଥର ଖଣିରେ ମାଫିଆ ମାନେ ପଥର କାଟୁଥିବା ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ମିଳିତ ଟିମ ଚଢାଉ କରିଥିଲା । ଅଧିକ ପଢନ୍ତୁ...

ଖୋର୍ଦ୍ଧା ମାଙ୍କଡା ଖଣିରେ ବନବିଭାଗର ଚଢ଼ାଉ ବେଳେ ଅଘଟଣ
ଖୋର୍ଦ୍ଧା ମାଙ୍କଡା ଖଣିରେ ବନବିଭାଗର ଚଢ଼ାଉ ବେଳେ ଅଘଟଣ

By

Published : Jan 31, 2021, 8:09 PM IST

ଖୋର୍ଦ୍ଧା : ବେଆଇନ ମାଙ୍କଡା ଖଣିରେ ବନ ବିଭାଗର ରେଡ କରିବା ଵେଳେ ଅଘଟଣ । ଜୋର ଜବରଦସ୍ତ ଛଡାଇନେଲେ ଜେସିବି ମେସିନ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳ ଅଧୀନ ଗମେଇ ଗ୍ରାମରେ । ଗମେଇ ଗ୍ରାମରେ ଥିବା ବନ ବିଭାଗ ଜାଗାରେ ଏକ ବେଆଇନ ମାଙ୍କଡା ପଥର ଖଣିରେ ମାଫିଆ ମାନେ ପଥର କାଟୁଥିବା ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ମିଳିତ ଟିମ ଚଢାଉ କରିଥିଲା ।

ଖୋର୍ଦ୍ଧା ମାଙ୍କଡା ଖଣିରେ ବନବିଭାଗର ଚଢ଼ାଉ ବେଳେ ଅଘଟଣ

ଚଢାଉ ବେଳେ ମାଫିଆ ମାନେ ଘଟଣା ସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଏକ ଜେସିବିକୁ ବନ ବିଭାଗ ଟିମ ଜବତ କରିଥିଲା । ଜେସିବିକୁ ଜବତ କରି ବନ ବିଭାଗ ଟାଙ୍ଗୀ ଆଣୁଥିବା ବେଳେ ଖଣି ମାଫିଆ ଓ କିଛି ଗ୍ରାମବାସୀ ବିରୋଧ କରି ବଳ ପୂର୍ବକ ବନ ବିଭାଗ ହାତରୁ ଜେସିବିକୁ ଛଡାଇ ନେଇଥିଲେ । ଏହି ଚଢାଉରେ ଟାଙ୍ଗୀ, ରଣପୁର, ବାଲୁଗାଁ, ଖୋର୍ଦ୍ଧା ବନବିଭାଗର ଟିମ ସାମିଲ ହୋଇଥିଲେ । ତେବେ ଏହି ଘଟଣା ନେଇ ବନ ବିଭାଗ ପକ୍ଷରୁ ବାଣପୁର ଥାନାରେ ଏତଲା ହୋଇଥିବା ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details