ଖୋର୍ଦ୍ଧା: ଟାଙ୍ଗୀ ଅବକାରୀ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚାରିଜଣଙ୍କୁ ଗିରଫ କରାଯାଇଛି । ଟାଙ୍ଗି ଅବକାରୀ ଇନିସ୍ପେକ୍ଟର ଲୀନା ବେଉରାଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାର ରାମେଶ୍ୱର, ମଙ୍ଗଳାଯୋଡି, ଟାଙ୍ଗି ଅଞ୍ଚଳରେ ଚଢ଼ାଉ କରି 58ଟି ମଦ ବୋତଲ ଜବତ କରିବା ସହ କୁହୁଡି ଅଞ୍ଚଳରୁ ଗଞ୍ଜେଇ ଜବତ କରିଛି ।
ଅବକାରୀ ବିଭାଗର ଚଢାଉ, 4 ଗିରଫ - excisered department
ଟାଙ୍ଗୀ ଅବକାରୀ ବିଭାଗ ଦ୍ବାରା ଚଢାଉ କରାଯାଇ 4ଜଣଙ୍କୁ ଗିରଫ କରାଯାଇଛି ଓ 58ଟି ମଦ ବୋତଲ ଜବତ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
କୁହୁଡି ଅଞ୍ଚଳର ରବି ଭୁଜବଳ, ରାମେଶ୍ୱର ଅଞ୍ଚଳର ସନ୍ତୋଷ ନାୟକ, ମଙ୍ଗଳାଯୋଡିର ଲକ୍ଷ୍ମଣ ବେହେରା ଓ ଟାଙ୍ଗି ପଥରବନ୍ଧ ଅଞ୍ଚଳର ଦିବାକର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏପରି ଚଢ଼ାଉ କରାଯାଇ ଚୋରା ନିଶା ବେପାରୀଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଟାଙ୍ଗି ଅବକାରୀ ଅଧିକାରୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ