ଓଡିଶା

odisha

ETV Bharat / state

ଜୁଆ ଆଡ୍ଡାରେ ଚଢାଉ: ୫ ଗିରଫ, ନଗଦ ଟଙ୍କା ଜବତ

ଜୁଆ ଆଡ୍ଡାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିକାରୀଙ୍କ ଚଢାଉ । 5 ଜଣଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଜୁଆ ଆଡ୍ଡାରେ ଚଢାଉ: ୫ ଗିରଫ, ନଗଦ ଟଙ୍କା ଜବତ
ଜୁଆ ଆଡ୍ଡାରେ ଚଢାଉ: ୫ ଗିରଫ, ନଗଦ ଟଙ୍କା ଜବତ

By

Published : Jun 5, 2021, 10:20 AM IST

ଖୋର୍ଦ୍ଧା: ଲକଡାଉନ୍ ସଟଡାଉନ୍ ସାଙ୍ଗକୁ ଆଗକୁ ଆସୁଛି ରଜ । ତେଣୁ ଜୁଆ ଖେଳରେ ମାତିଯାଇଛନ୍ତି ଲୋକେ । ଏହି ସମୟରେ ଚଢାଉ କରି ପୋଲିସ 5 ଜଣଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଜବତ କରିଛି ।

ଜୁଆ ଆଡ୍ଡାରେ ଚଢାଉ: ୫ ଗିରଫ, ନଗଦ ଟଙ୍କା ଜବତ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଜୁଆ ଆଡ୍ଡା ଚାଲିଥିଲା । ଏନେଇ ଖବର ପାଇ ଟାଙ୍ଗି ଥାନା ଅଧିକାରୀ କର୍ମଚାରୀଙ୍କ ସହିତ ପାଟ୍ରୋଲିଂ କରିବା ସମୟରେ ଜଗନ୍ନାଥପୁର ଗ୍ରାମର ଏକ କୋଠାରେ ଜୁଆ ଖେଳ ଚାଲିଥିବାର ଦେଖିବାକୁ ପାଇଥିଲେ । ଚଢାଉ କରି ଥାନା ଅଧିକାରୀ ଜୁଆ ଖେଳୁଥିବା 5 ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକମାନେ ହେଲେ ଜଗନ୍ନାଥପୁର ଗ୍ରାମର, ଭୁବନ ବେହେରା , ଲିପୁ ବେହେରା , ଦିଲ୍ଲୀପ ବେହେରା, ନରହରି ବେହେରା ଏବଂ ଅଶୋକ ବେହେରା । ଏଥିସହ ସେମାନଙ୍କ ଠାରୁ ୧୬ ହଜାର ୮୦୦ ଟଙ୍କା ଏବଂ ୪ଟି ମୋବାଇଲ୍ ଜବତ କରିଛି ପୋଲିସ ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details