ଖୋର୍ଦ୍ଧା: ଜିଲ୍ଲାରେ ଅନୁଷ୍ଠିତ ହୋଇଛି ରାବଣ ପୋଡି । ଅତ୍ୟାଚାର, ଅହଙ୍କାରକୁ ରାବଣ ପୋଡିରେ ପୋଡି ଦେବାକୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ କୃଷିମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇଛନ୍ତି । ଅହଙ୍କାରର ବିନାଶ କରି ଶ୍ରୀରାମଙ୍କ ଜୀବନ ଶୈଳୀରେ ଜୀବନକୁ ବଞ୍ଚିବାକୁ କହିଛନ୍ତି କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଖାଲି ଗୋଟିଏ ଦିନ କାହିଁକି 365 ଦିନକୁ ଖୁସିର ସହିତ ପାଳନ କରାଯାଉ । ଆମେ ପ୍ରତିଜ୍ଞା ନେବା ନିଜ ଭିତରେ ଥିବା ଅହଙ୍କାରର ବିନାଶ କରି ଜୀବନକୁ ରାମଙ୍କ ଜୀବନ ପରି ଗଢି ତୋଳିବା ବୋଲି ରାମଲୀଳା ନାଟକ ଓ ରାବଣ ପୋଡି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଛନ୍ତି କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ବାଘମାରୀ ତଳସାହିସ୍ଥିତ ରଘୁନାଥ ଦେବଙ୍କ ପୀଠ ସ୍ଥଳୀରେ ରଘୁନାଥ ଦେବ ନାଟ୍ୟ ସଂସଦର କଳାକାରମାନଙ୍କ ଦ୍ବାରା ଶ୍ରୀରାମ ନବମୀ ଠାରୁ ରାମ ଜନ୍ମ , ସୀତା ବିବାହ ,ରାମ ବନବାସ , ସୀତାଚୋରି ,ବାଳିଵଧ, ଲଙ୍କାପୋଡି ,କୁମ୍ଭକର୍ଣ୍ଣ ଓ ଇନ୍ଦ୍ରଜିତ ଵଧ , ମହିରାଵଣ ଵଧ ଆଦି ଲୀଳା ମଞ୍ଚସ୍ତ କରାଯାଇ ଶେଷରେ ଆଜି ରାଵଣ ପୋଡି ଓ ଶ୍ରୀରାମଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହୋଇଛି ।