ଖୋର୍ଦ୍ଧା: ମହାମାରୀ କୋରୋନା କବଳରେ ଏବେ ସାରା ବିଶ୍ୱ । ଏଥିରୁ ମଧ୍ୟ ବାଦ ପଡିନି ଓଡିଶା। ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଚିନ୍ତାରେ ଦେଶବାସୀ । ଏହି ରୋଗର କୌଣସି ପ୍ରତିଷେଧକ ଏପର୍ଯ୍ୟନ୍ତ ବାହାରି ନଥିବା ବେଳେ ସାମାଜିକ ଦୂରତ୍ବ ଓ ସଚେତନତା ଏହାର ଏକମାତ୍ର ପ୍ରତିଷେଧକ ।
କୋରୋନା ପାଇଁ ପ୍ରତି ପଞ୍ଚାୟତରେ ପ୍ରସ୍ତୁତ କ୍ବାରେଣ୍ଟାଇନ ହୋମ - ସାମାଜିକ ଦୂରତ୍ବ
ସାରା ଓଡ଼ିଶାରେ କୋରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରସ୍ତୁତ କରାଯାଇଛି କ୍ବାରେଣ୍ଟାଇନ ହୋମ । ଯେଉଁଥିରେ କି ସବୁପ୍ରକାର ସୁବିଧା ସୁଯୋଗ ସରକାରଙ୍କ ପକ୍ଷରୁ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ପାଇଁ ପ୍ରତି ପଞ୍ଚାୟତରେ ପ୍ରସ୍ତୁତ କ୍ବାରେଣ୍ଟାଇନ ହୋମ
କୋରୋନା ପାଇଁ ପ୍ରତି ପଞ୍ଚାୟତରେ ପ୍ରସ୍ତୁତ କ୍ବାରେଣ୍ଟାଇନ ହୋମ
ସେହିପରି ସାରା ଓଡ଼ିଶାରେ ଏହି ରୋଗକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଗ୍ରାମ ପଞ୍ଚାୟତରେ ପ୍ରସ୍ତୁତ କରାଯାଇଛି କ୍ବାରେଣ୍ଟାଇନ ହୋମ । ଯେଉଁଥିରେ କି ସବୁପ୍ରକାର ସୁବିଧା ସୁଯୋଗ ସରକାରଙ୍କ ପକ୍ଷରୁ କରାଯାଇଛି । ତେବେ କିପରି ପ୍ରସ୍ତୁତ କରାଯାଇଛି ଏହି କ୍ବାରେଣ୍ଟାଇନ ହୋମ ଏହି ବାବଦରେ ଆଲୋଚନା କରିଛନ୍ତି ଆମର ଖୋର୍ଦ୍ଧା ପ୍ରତିନିଧି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ