ଭୁବନେଶ୍ବର: ଲକ୍ଷ୍ମୀ ବସରେ ଯାତାୟତ ବେଳେ କ୍ୟାସଲେସ ପେମେଣ୍ଟକୁ ପ୍ରୋତ୍ସାହନ । ଏଥିପାଇଁ ଲକ୍ଷ୍ମୀ ବସରେ ୟୁପିଆଇ କ୍ୟୁଆର କୋଡର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ୟୁପିଆଇ କ୍ୟୁଆର କୋଡର ଶୁଭାରମ୍ଭ କରାଯାଇଛି । ଏହା ଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ । ଲକ୍ଷ୍ମୀରେ ୟୁପିଆଇ କ୍ୟୁଆର କୋଡ ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ।
କ୍ୟାସଲେସ ପେମେଣ୍ଟକୁ ପ୍ରୋତ୍ସାହନ; ଲକ୍ଷ୍ମୀରେ ୟୁପିଆଇ କ୍ୟୁଆର କୋଡ ଶୁଭାରମ୍ଭ ଲକ୍ଷ୍ମୀ ବସରେ ଓଏସଆରଟିସିର ୟୁପିଆଇ କ୍ୟୁଆର କୋଡ ବ୍ୟବସ୍ଥାର ପ୍ରଶଂସା କରିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ । ସେ କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ୫ଟି ଉପକ୍ରମ ଆଧାରରେ ବିକଶିତ ଏହି କ୍ୟୁଆର କୋଡର ବ୍ୟବହାର ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ । ଏଥିରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ବ ଦିଆଯାଇଛି । ଲକ୍ଷ୍ମୀ ବସରେ କ୍ୟୁଆର କୋଡର ସୁବିଧା ଯାତ୍ରୀ ପରିବହନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ।
କ୍ୟାସଲେସ ପେମେଣ୍ଟକୁ ପ୍ରୋତ୍ସାହନ; ଲକ୍ଷ୍ମୀରେ ୟୁପିଆଇ କ୍ୟୁଆର କୋଡ ଶୁଭାରମ୍ଭ ଅଧିକ ପଢନ୍ତୁ- ନବରଙ୍ଗପୁରରେ ଗଡ଼ିଲା ଲକ୍ଷ୍ମୀ, ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାତ୍ରା
ଓଏସଆରଟିସିରମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ କହିଛନ୍ତି ଯେ, ଏହି ବୈଷୟିକ ପ୍ରଗତିକୁ ନେଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ । ଲକ୍ଷ୍ମୀ କ୍ୟୁଆର କୋଡର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ଆମର ପ୍ରତିବଦ୍ଧତାକୁ ସୂଚାଉଛି । ଜନସାଧାରଣଙ୍କୁ ସହଜ ଯାତ୍ରା ଅନୁଭୂତି ପାଇଁ ଡିଜିଟାଲ ସମାଧାନ ପଦ୍ଧତି ଗ୍ରହଣ ସହ ଏହା ଓଡ଼ିଶା ସରକାରଙ୍କ ୫ଟି ରୂପାନ୍ତରଣ ଉପକ୍ରମ ସହିତ ସମ୍ପୂର୍ଣ୍ଣ ଭାବେ ଯୋଡି ହୋଇଛି ।
କ୍ୟାସଲେସ ପେମେଣ୍ଟକୁ ପ୍ରୋତ୍ସାହନ; ଲକ୍ଷ୍ମୀରେ ୟୁପିଆଇ କ୍ୟୁଆର କୋଡ ଶୁଭାରମ୍ଭ ପରିବହନ କମିଶନର ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ଉପରେ ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲକ୍ଷ୍ମୀ କ୍ୟୁଆର କୋଡ ସାହାଯ୍ୟରେ ଲୋକମାନଙ୍କ ପାଇଁ ପେମେଣ୍ଟ ପ୍ରକ୍ରିୟାକୁ ସହଜ କରାଯାଇଛି । ଏହା ଦ୍ୱାରା ଯାତାୟତ ଆହୁରି ସରଳ ହେବ । ସହଜ ବ୍ୟବହାର ଯୋଗ୍ୟ ଲକ୍ଷ୍ମୀ କ୍ୟୁଆର କୋଡ ଉପଭୋକ୍ତାମାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ଦକ୍ଷ ଦେୟ ବିକଳ୍ପ । ଏହା କାରବାର ସମୟ ହ୍ରାସ କରେ । ଯାତ୍ରୀଙ୍କ ନିରାପତ୍ତା ବୃଦ୍ଧି କରେ । ଓଏସଆରଟିସିର ସାଧାରଣ ସମ୍ପାକକ ବିସିକେଷନ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
କ୍ୟାସଲେସ ପେମେଣ୍ଟକୁ ପ୍ରୋତ୍ସାହନ; ଲକ୍ଷ୍ମୀରେ ୟୁପିଆଇ କ୍ୟୁଆର କୋଡ ଶୁଭାରମ୍ଭ ଅଧିକ ପଢନ୍ତୁ- LAccMI Bus Scheme: ଗଜପତିରେ ଗଡିଲା ଲକ୍ଷ୍ମୀ ବସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଗତ ଅକ୍ଟୋବର ୧୨ରୁ ରାଜ୍ୟରେ ପର୍ଯ୍ୟାୟ କ୍ରମେ ଗଡୁଛି ଲକ୍ଷ୍ମୀ । ମାଲକାନଗିରିରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ମୀ ଯୋଜନାରେ ତିନି ବର୍ଷରେ ୩୧୭୮ କୋଟି ଖର୍ଚ୍ଚ ହେବ । ରାଜ୍ୟରେ ଗ୍ରାମାଞ୍ଚଳର ଗମନାଗମନ ସୁବିଧା ପାଇଁ ସରକାର ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି । ପଂଚାୟତରୁ ରାଜଧାନୀରୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କର ଏହା ନୂଆ ଯୋଜନା ଲକ୍ଷ୍ମୀ । ଲକ୍ଷ୍ମୀ ଯୋଜନାରେ ବ୍ଲକରେ ଅନ୍ୟୂନ ଗୋଟିଏ ଆମ ବସ ଷ୍ଟାଣ୍ଡ ନିର୍ମାଣ କରାଯିବ । ଏହି ଯୋଜନା ଅଧିନରେ ୧୦୦୦ରୁ ଅଧିକ ବସ ନିୟୋଜିତ କରାଯିବ । ଏହାର ଅବଧି ୧୦ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ଓଏସଆରଟିସି ଉପରେ ଲକ୍ଷ୍ମୀ ଯୋଜନାର କାର୍ଯ୍ୟାନ୍ୱୟନ ଦାୟିତ୍ୱ ପ୍ରଦାନ କରାଯାଇଛି ।
କ୍ୟାସଲେସ ପେମେଣ୍ଟକୁ ପ୍ରୋତ୍ସାହନ; ଲକ୍ଷ୍ମୀରେ ୟୁପିଆଇ କ୍ୟୁଆର କୋଡ ଶୁଭାରମ୍ଭ ଇଟିଭି ଭାରତ, ଭୁବନେଶ୍ବର