ଖୋର୍ଦ୍ଧା: କୋରୋନା ରୋକିବାକୁ ଲକଡାଉନ ସାରା ଦେଶ । ସାମାଜିକ ଦୂରତା ରକ୍ଷା କରିବାକୁ ଘରୁ ନବହାରିବା ପାଇଁ ଲୋକଙ୍କୁ ନିବେଦନ କରାଯାଉଛି । ଏଥିପାଇଁ ଦିନତମାମ ଧୁ ଧୁ ଖରାରେ ଚାତକ ଭଳି ପହରା ଦେଉଛନ୍ତି ପୋଲିସ । ଆଉ ଏଭଳି ସ୍ଥିତିରେ ପୋଲିସଙ୍କ ଶୋଷ ମେଣ୍ଟାଇଛନ୍ତି ଖୋର୍ଦ୍ଧାର ପୁଷ୍ପାଞ୍ଜଳି ।
କୋରୋନା ଯୋଦ୍ଧାଙ୍କ ଶୋଷ ମେଣ୍ଟାଉଛନ୍ତି ପୁଷ୍ପାଞ୍ଜଳି - ପୋଲିସକୁ ପାଣି ଦେଉଛନ୍ତି ପୁଷ୍ପାଞ୍ଜଳି
କୋରୋନା ମୁକାବିଲାରେ ଯୋଦ୍ଧା ସାଜିଥିବା ପୋଲିଙ୍କୁ ପାଣି ଯୋଗାଉଛନ୍ତି ପୁଷ୍ପାଞ୍ଜଳୀ । ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ରୋତରୁ ପ୍ରଂଶସାର ସୁଅ ଛୁଟିଛି ।
କୋରୋନା ଯୋଦ୍ଧାଙ୍କ ଶୋଷ ମେଣ୍ଟାଉଛନ୍ତି ପୁଷ୍ପାଞ୍ଜଳି
ପୁଷ୍ପାଞ୍ଜଳି ପେଶାରେ ଜଣେ ଆଇନଜୀବୀ । ଏଣୁ ବର୍ତ୍ତମାନର ସଙ୍କଟକୁ ସେ ବେଶ ବୁଝିପାରିଛନ୍ତି । ଆଉ ଜାଣିପାରୁଛନ୍ତି ଯେ ପୋଲିସ କିପରି ଯୋଦ୍ଧା ସାଜି କୋରୋନା ମୁକାବିଲା ପାଇଁ ନିଜ ଜୀବନକୁ ପାଣି ଛଡାଇ ଲୋକଙ୍କୁ ସୁରକ୍ଷା ଦେଉଛି । ଏଥିପାଇଁ ସେ ଖରାରେ ବୁଲୁଥିବା ପୋଲିସଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଉଛନ୍ତି । ତାଙ୍କର ଏହି ପଦକ୍ଷେପ ପାଇଁ ଏବେ ସେ ଚର୍ଚ୍ଚାରେ । ପୁଷ୍ପାଞ୍ଜଳିଙ୍କ ଏଭଳି କାର୍ଯ୍ୟକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଶଂସା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ