ଓଡିଶା

odisha

ETV Bharat / state

ପୁରୀ-ପାଟନା ଭୁବନେଶ୍ବର-ଧାନବାଦ ସ୍ବତନ୍ତ୍ର ଟ୍ରେନର ବଢ଼ିଲା ଚଳାଚଳ ସମୟସୀମା - ଭୁବନେଶ୍ବର ଧାନବାଦ ସ୍ବତନ୍ତ୍ର ଟ୍ରେନ

Special Train Services Time Extended: ପୁରୀ-ପାଟନା ଏବଂ ଭୁବନେଶ୍ବର-ଧାନବାଦ ସ୍ବତନ୍ତ୍ର ଟ୍ରେନ୍‌ର ବଢ଼ିଲା ଚଳାଚଳ ସମୟସୀମା । ଜାନୁଆରୀ 2024ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ପାଟନା-ପୁରୀ ବିଶେଷ ଟ୍ରେନ । ଭୁବନେଶ୍ବର ଧାନବାଦ ସ୍ବତନ୍ତ୍ର ଟ୍ରେନ ୨୦୨୪ ଏପ୍ରିଲ ମାସ ପର୍ଯ୍ୟନ୍ତ ଚଳାଚଳ କରିବ। ଅଧିକ ପଢନ୍ତୁ

ପୁରୀ-ପାଟନା ଭୁବନେଶ୍ବର- ଧାନବାଦ ସ୍ବତନ୍ତ୍ର ଟ୍ରେନର ବଢିଲା ଚଳାଚଳ ସମୟସୀମା
ପୁରୀ-ପାଟନା ଭୁବନେଶ୍ବର- ଧାନବାଦ ସ୍ବତନ୍ତ୍ର ଟ୍ରେନର ବଢିଲା ଚଳାଚଳ ସମୟସୀମା

By ETV Bharat Odisha Team

Published : Dec 13, 2023, 7:00 AM IST

ଭୁବନେଶ୍ବର: ପୁରୀ-ପାଟନା ଏବଂ ଭୁବନେଶ୍ବର- ଧାନବାଦ ସ୍ବତନ୍ତ୍ର ଟ୍ରେନର ବଢିଲା ଚଳାଚଳ ସମୟସୀମା । ଜାନୁଆରୀ 2024ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ପାଟନା-ପୁରୀ ବିଶେଷ ଟ୍ରେନ । ଏପଟେ ଭୁବନେଶ୍ବର ଧାନବାଦ ସ୍ବତନ୍ତ୍ର ଟ୍ରେନ୍‌ ୨୦୨୪ ଏପ୍ରିଲ ମାସ ପର୍ଯ୍ୟନ୍ତ ଚଳାଚଳ କରିବ ।

ଜନସାଧାରଣଙ୍କ ଯାତ୍ରା ସୁବିଧାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନ୍‌ରେ ଅତିରିକ୍ତ ଯାତ୍ରୀ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥରେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକର ଚଳାଚଳର ସମୟ ସୀମା ଅବଧି ବୃଦ୍ଧି କରାଯାଉଛି ।

ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ: ପ୍ରତ୍ୟେକ ଶନିବାର ଦିନ ପୁରୀଠାରୁ ଛାଡ଼ୁଥିବା 08439 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ୍‌ ଏପ୍ରିଲ୍ 27, 2024 ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି, ପ୍ରତ୍ୟେକ ରବିବାର ଦିନ ପାଟନାଠାରୁ ଛାଡ଼ୁଥିବା 08440 ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନz 28 ଏପ୍ରିଲ୍ 2024 ପର୍ଯ୍ୟନ୍ତ ଚଳାଚଳ କରିବ ।

ଭୁବନେଶ୍ବର-ଧାନବାଦ ବିଶେଷ ଟ୍ରେନ: ପ୍ରତିଦିନ ପୁରୀଠାରୁ ଛାଡୁଥିବା 02832 ଭୁବନେଶ୍ବର-ଧାନବାଦ ବିଶେଷ ଟ୍ରେନ୍‌ 29 ଏପ୍ରିଲ 2024 ପର୍ଯ୍ୟନ୍ତ ଚଳାଚଳ କରିବ । ସେହିଭଳି ଧାନବାଦଠାରୁ ପ୍ରତିଦିନ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ବର ସାପ୍ତାହିକ ସ୍ବତନ୍ତ୍ର ଟ୍ରେନ୍‌ 30 ଏପ୍ରିଲ 2024 ପର୍ଯ୍ୟନ୍ତ ଚଳାଚଳ କରିବ ।

ଅଧିକ ପଢନ୍ତୁ- ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଆଣିଲା ରେଳବାଇ

ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ: ପାଟନାଠାରୁ ପ୍ରତି ଗୁରୁବାର ଦିନ ଛାଡୁଥିବା 03230 ପାଟନା-ପୁରୀ ବିଶେଷ ଟ୍ରେନ୍‌ 25 ଜାନୁଆରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ । ସେହିଭଳି, ପୁରୀଠାରୁ ପ୍ରତ୍ୟକ ଶୁକ୍ରବାର ଦିନ ଛାଡ଼ୁଥିବା 03229 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ୍‌ ଜାନୁଆରୀ 26, 2024 ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ବିଶେଷ ଟ୍ରେନ୍‌ ପାଇଁ ସମୟ ସାରଣୀ ଓ ରହଣି ଷ୍ଟେସନ ପୂର୍ବ ଚଳାଚଳ ଅନୁଯାୟୀ ଅପରିବର୍ତ୍ତିତ ରହିବ ।

ବିଶାଖାପାଟନମ୍-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ୍‌: ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମ୍‌ଠାରୁ ଏବଂ ପ୍ରତି ଗୁରୁବାର ଦିନ ସିକନ୍ଦରାବାଦଠାରୁ ଛାଡ଼ୁଥିବା 08579/08580 ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ ଫେବୃଆରୀ 1, 2024 ପର୍ଯ୍ୟନ୍ତ ଚଳାଚଳ କରିବ ।

ବିଶାଖାପାଟନମ-ତିରୁପତି ବିଶେଷ ଟ୍ରେନ: ପ୍ରତି ସୋମବାର ଦିନ ବିଶାଖାପାଟନମ୍‌ଠାରୁ ଏବଂ ପ୍ରତି ମଙ୍ଗଳବାର ଦିନ ତିରୁପତିଠାରୁ ଛାଡୁଥିବା 08583/08584 ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର ଟ୍ରେନ୍‌ ବର୍ତ୍ତମାନ ଜାନୁଆରୀ 30, 2024 ପର୍ଯ୍ୟନ୍ତ ଚଳାଚଳ କରିବ ।

ବିଶାଖାପାଟନମ୍-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନ: ପ୍ରତି ରବିବାର ଦିନ ବିଶାଖାପାଟନମ୍‌ଠାରୁ ଏବଂ ପ୍ରତ୍ୟେକ ସୋମବାର ବେଙ୍ଗାଲୁରୁରୁ ଛାଡ଼ୁଥିବା 08543/08544 ବିଶାଖାପାଟନମ୍-SMVT ବେଙ୍ଗାଲୁରୁ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ ଜାନୁଆରୀ 29, 2024 ପର୍ଯ୍ୟନ୍ତ ଚଳାଚଳ କରିବ ।

ଶ୍ରୀକାକୁଲମ୍ ରୋଡ୍-କୋଲାମ୍ ସ୍ପେଶାଲ୍: 08537/08538 ଶ୍ରୀକାକୁଲମ୍ ରୋଡ୍-କୋଲାମ-ଶ୍ରୀକାକୁଲମ୍ ରୋଡ୍ ସ୍ପେସାଲ 27 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ପୂର୍ବାହ୍ନ 11 ଘଟୀକାରେ ଶ୍ରୀକାକୁଲମଠାରୁ ଛାଡ଼ିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ 28 ଜାନୁୟାରୀ ପର୍ଯ୍ୟନ୍ତ କୋଲାମରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡ଼ି ଶ୍ରୀକାକୁଲମ ଯାତ୍ରା କରିବ ।

ବିଶାଖାପାଟନମ୍-କୋଲାମ ବିଶେଷ ଟ୍ରେନ: 08539/08540 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ ଜାନୁଆରୀ 31, 2024 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 08ଘ.20ମି.ରେ ଛାଡ଼ିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ ଫେବୃଆରୀ 1, 2024 ମଧ୍ୟରେ କୋଲାମରୁ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ ।

ପୁରୀ-ଭଞ୍ଜପୁର-ପୁରୀ ବିଶେଶ:08011/08012 ଭଞ୍ଜପୁର(ବାରିପଦା)-ପୁରୀ- ଭଞ୍ଜପୁର ସ୍ପେଶାଲ ଡିସେମ୍ବର 31, 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡ଼ୁଥିବାବେଳେ ଏହା ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡ଼ିବ ।

ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ: 02837/02838 ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ପେଶାଲ୍ 30 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗାଛିଠାରୁ ଛାଡ଼ିବାକୁ ଥିବାବେଳେ ଏହା ପ୍ରତ୍ୟେକ ଶନିବାର ଦିନ ପୁରୀଠାରୁ ଛାଡିବ ।

ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌: ପ୍ରତ୍ୟେକ ବୁଧବାର ଦିନ ସମ୍ବଲପୁରଠାରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଇରୋଡ଼ଠାରୁ ଛାଡୁଥିବା 08311/08312 ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ପେଶାଲ 2024 ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ ।

ସୂଚନା ଅନୁଯାୟୀ, ଅନେକ ସମୟରେ ଯାତ୍ରୀ ପରିଚାଳନାକୁ ସମୀକ୍ଷା କରି ଦେଖାଯାଇଛି ଯେ, ଉପରୋକ୍ତ ମାର୍ଗଗୁଡିକରରେ ଟ୍ରେନ୍‌ଗୁଡ଼ିକ ଚଳାଚଳ କରୁଛି । ଯାହା ଅଧିକ ମାତ୍ରାରେ ଯାତ୍ରୀଙ୍କ ସଂଖ୍ୟା ବଢିବାରେ ଲାଗୁଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅଧିକ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details