ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଛାଡିଲେ ଭବିଷ୍ୟତ ନାହିଁ : ସାଂସଦ ପିନାକୀ ମିଶ୍ର ଭୁବନେଶ୍ବର: ବିଜେଡିରେ ଅସନ୍ତୋଷ ବଢି ଚାଲିଛି । ଆଗାମୀ ଦିନରେ ଅସନ୍ତୋଷ ଆହୁରି ବଢିବ । ନେତା ବିଜେଡି ଛାଡି ଅନ୍ୟ ଦଳରେ ସାମିଲ ହେବେ । ଅନ୍ୟ ଦଳ ସହ ବିଜେଡି ନେତା ଯୋଗାଯୋଗରେ ରହିଛନ୍ତି । ଏନେଇ ବିଭିନ୍ନ ରାଜନୈତିକ ଦଳ, ବ୍ୟକ୍ତି ଓ ସମୀକ୍ଷକ ବିଭିନ୍ନ ସମୟରେ ଅଭିଯୋଗ କରୁଛନ୍ତି । ତେବେ ଏହି ଅଭିଯୋଗକୁ ଗୁଜବ ବୋଲି କହିଛି ବିଜେଡି । ଅସନ୍ତୋଷ ବ୍ୟକ୍ତ କରି ବିଜେଡି ଛାଡିଲେ ଭବିଷ୍ୟତ ଅନ୍ଧାର ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।
ଏହାବି ପଢନ୍ତୁ- ସାଂସଦଙ୍କୁ ନବୀନଙ୍କ ମନ୍ତ୍ର, ସଂସଦରେ ଜୋରଦାର ଉଠାଅ ରାଜ୍ୟ ସ୍ଵାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ
ପିନାକୀ କହିଛନ୍ତି ଯେ, ବିଆରଏସ ଯେଉଁ ନେତା ନେଇଛନ୍ତି, ସେମାନେ ବିଜେପିରୁ ଯାଇଛନ୍ତି । କଂଗ୍ରେସ ପକେଟ ଭୋଟ ବିଜେପିକୁ ନେଇଥିଲେ ଗିରିଧାରୀ ଗମାଙ୍ଗଙ୍କ ପରିବାର । ବିଜେପି ସେହି ଭୋଟରେ ଆଗେଇ ଥିଲା । ସେହି ଭୋଟ ଏବେ ବିଆରଏସକୁ ଯିବ । ବିଜୁ ଜନତା ଦଳ ଭୋଟ ସ୍ଥିର ରହିବ । ସେହି ଭୋଟରେ ତିଳେମାତ୍ର ପ୍ରଭାବ ପଡିବ ନାହିଁ । ନବୀନ ପଟ୍ଟନାୟକଙ୍କର ଯେଉଁ ୟୁଏସବି କେହି ବି ସମ୍ନା କରିପାରିବେ ନାହିଁ । ତେଲେଙ୍ଗାନାକୁ ଲାଗି ରହିଥିବା ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ କେଇ ହଜାର ଭୋଟ ଯୋଡି ପାରିବେ ।
ସେଇଟା ପୁଣି ଦୁଇ କିମ୍ବା ତିନି ଜିଲ୍ଲାର ଭୋଟ । ହଜାରେ ରହିବ, ଲକ୍ଷେକୁ ବି ଯିବନି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜୁ ଦାସ ଅସନ୍ତୋଷ ବ୍ୟକ୍ତ କରି ଯୁଆଡେ ଗଲେ, ତାଙ୍କର କଣ ଅବସ୍ଥା ହେବ ସେ ନିଜେ ବୁଝନ୍ତୁ । ଯିଏ ବିଜେଡିରୁ ଅସନ୍ତୋଷ ବ୍ୟକ୍ତ କରି ବାହାରକୁ ଯିବେ ତାଙ୍କର ଭବିଷ୍ୟତ ନାହିଁ । ବିଜେଡି ଛାଡିବା ଲାଗି ନେତା ଅପେକ୍ଷାରେ କିମ୍ବା ଯୋଗାଯୋଗରେ ଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଜେଡିର ବିଧାୟକ ଓ ନେତା ଅନ୍ୟ ଦଳ ସହ ଯୋଗାଯୋଗରେ ଥିବା କଥା ଗୁଜବ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର