ଓଡିଶା

odisha

ETV Bharat / state

ସୁଆଣ୍ଡୋ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ, ପର୍ଯ୍ୟଟକଙ୍କ ସହ କଲେ ଆଲୋଚନା - ସୁଆଣ୍ଡୋ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ

ସୁଆଣ୍ଡୋ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ । ସ୍ଥିତି ଯାଞ୍ଚ କରିବା ସହ ପର୍ଯ୍ୟଟକଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

puri collector Samarth barma visit suando
puri collector Samarth barma visit suando

By

Published : Apr 20, 2023, 11:21 AM IST

ପୁରୀ:ସୁଆଣ୍ଡୋ ଗସ୍ତରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଗତକାଲି(ବୁଧବାର) ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ସ୍ଥାନ ସୁଆଣ୍ଡୋର ଷଠୀଘର, ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଗୋପବନ୍ଧୁ ସଂଗ୍ରହାଳୟ ଓ ଗୋପବନ୍ଧୁ ପାର୍କକୁ ପରିଦର୍ଶନ କରିଛନ୍ତି ।

ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଜିଲ୍ଲାପାଳ ଗ୍ରାମ ପ୍ରାରମ୍ଭରେ ଥିବା ଲୋକେଶ୍ୱର ମନ୍ଦିର ଦେଖିଥିଲେ । ପରେ ଷଠୀଘର, ଗୋପବନ୍ଧୁ ମ୍ୟୁଜିୟମ ଓ ପାର୍କ ବୁଲି ଦେଖିଥିଲେ । ଟିକେଟ କାଉଣ୍ଟରରେ ପହଞ୍ଚି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହ ପର୍ଯ୍ୟଟକମାନଙ୍କ ପଞ୍ଜିକରଣ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଟିକେଟ କରୁଥିବା ବ୍ୟକ୍ତିମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା ପାଇଁ ଟିକେଟ ଗୃହ ପାଖରେ ସେଡ଼ ବା ଛାଇର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓବିସିସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନରେ ଆସିଥିବା ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ l

ଏହା ମଧ୍ୟ ପଢନ୍ତୁ: ଓଡିଶାବାସୀଙ୍କୁ ଭୂଆଁ ବଲାଉଛନ୍ତି ରାଜ୍ୟ ସରକାର କହିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ, ଭୁପେଶ ବଘେଲ କହିଲେ ଆହୁରି ବ୍ୟାରେଜ କରିବୁ

ସମ୍ପୂର୍ଣ୍ଣ ପରିବେଶକୁ ପରିଷ୍କାର, ପରିଚ୍ଛନ୍ନ, ପାନୀୟ ଜଳ ଇତ୍ୟାଦିର ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପରେ ସେ ସତ୍ୟବାଦୀରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ସତ୍ୟବାଦୀ ତହସିଲଦାର ଜୟନ୍ତ ଜୟସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପଣ୍ଡିତ ଗୋପବନ୍ଧୁଙ୍କ ସମ୍ପର୍କୀୟ ଧୀରେନ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଓବିସିସି ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ କିଛି ପର୍ଯ୍ୟଟକଙ୍କ ସହ ମଧ୍ୟ କଥା ହୋଇଥିଲେ ଜିଲ୍ଲାପାଳ ସମର୍ଥ ବର୍ମା ।

ପ୍ରକାଶଥାଉକି, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋଙ୍କୁ ନୂଆ ରୂପ ଦେଇଛନ୍ତି ର୍ଜାୟ ସରକାର । ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି । ଗତ ଫେବୃଆରୀ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋରେ ଏହି ବିକାଶମୂଳକ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ଗୋପବନ୍ଧୁଙ୍କ ୧୫ଫୁଟ ଉଚ୍ଚର ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିଥିଲେ । ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣିଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି, ଷଠିଘର କାର୍ଯ୍ୟ ପୁନଃନିର୍ମାଣ କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details