ଓଡିଶା

odisha

ETV Bharat / state

କାଷ୍ଟିଂ କାଉଚ୍‌ ପରେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ, ଟୁଟୁ ନାୟକଙ୍କ ମହିଳା ବିରୋଧୀ ମାନସିକତାକୁ ନିନ୍ଦା - ଟୁଟୁ ନାୟକଙ୍କ ମହିଳା ବିରୋଧୀ ମାନସିକାତା

ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକଙ୍କ ବଢ଼ିଲା ଅଡୁଆ । ସେତେବେଳେ କାଷ୍ଟିଂ କାଉଚ୍‌, ଆଉ ଏବେ ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ । ବାରମ୍ବାର ମହିଳା ବିରୋଧୀ ମାନସିକତାର ପରିଚୟ ଦେଇ ଅଡ଼ୁଆରେ ଫସିଛନ୍ତି ସଞ୍ଜୟ ଓରଫ ଟୁଟୁ ନାୟକ । ଅଧିକ ପଢ଼ନ୍ତୁ

ଟୁଟୁ ନାୟକଙ୍କ ମହିଳା ବିରୋଧୀ ମାନସିକାତାକୁ ନିନ୍ଦା
ଟୁଟୁ ନାୟକଙ୍କ ମହିଳା ବିରୋଧୀ ମାନସିକାତାକୁ ନିନ୍ଦା

By ETV Bharat Odisha Team

Published : Nov 3, 2023, 7:49 PM IST

ଭୁବନେଶ୍ବର: ସୀମା ଟପିଲେ ଓଲିଉଡ୍‌ ପ୍ରଯୋଜକ ଟୁଟୁ ନାୟକ । ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଇଟିଭି ଭାରତ ମହିଳା ସାମ୍ବାଦିକାଙ୍କୁ କଲେ ଆକ୍ରମଣ । ଇଟିଭି ଭାରତର କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତ ଏକ ସିନେମା ହଲକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । ସେଠାରେ ଦେବସ୍ମିତା ଖବର‌ ପାଇଁ ଛିଡ଼ା ହୋଇଥିବା ସମୟରେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ହଠାତ୍ ତାଙ୍କୁ ଏକ ଚାପୁଡ଼ା ମାରିଥିଲେ । ଏନେଇ ଦେବସ୍ମିତା କିଛି ଜାଣିବା ପୂର୍ବରୁ ପୁଣି ତାଙ୍କ ପିଠିକୁ ଆକ୍ରମଣ ସହ ତାଙ୍କୁ କିଛି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି । ଏହାପରେ ଦେବସ୍ମିତାଙ୍କ ମୋବାଇଲ ସହ ତାଙ୍କର ବୁମ ତଳେ ପଡି ଯାଇଥିଲା । ସେଠାରେ ଅନେକ ସାମ୍ବାଦିକ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ସେ ହଠାତ କାହିଁକି ଏଭଳି ଆଚରଣ କଲେ ସେନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଏନେଇ ତୁରନ୍ତ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସାମ୍ବାଦିକା ଦେବସ୍ମିତା ରାଉତ । ଅଭିଯୋଗ ପରେ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ଓଲିଉଡ୍‌ର ଜଣାଶୁଣା ପ୍ରଯୋଜକ ଟୁଟୁ ନାୟକ ସବୁବେଳେ ବିବାଦ ମଧ୍ୟରେ ରହିଛନ୍ତି । ମହିଳାମାନଙ୍କ ପ୍ରତି ଦୁର୍ବ୍ୟବହାର ନେଇ ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଅନେକ ଅଭିଯୋଗ ଆସିଛି । ନିକଟରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଟୁଟୁଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଥିଲେ । ଟୁଟୁ ନାୟକ ଫିଲ୍ମରେ ଅଭିନେତ୍ରୀମାନଙ୍କୁ କାମ ଦେବାର ପ୍ରଲୋଭନ ଦେଖାଇ ଶୋଷଣ କରୁଥିବା ଅଭିଯୋଗ ଆଣିଥିଲେ ପ୍ରକୃତି ମିଶ୍ର । ‘‘my ollywood’’ ନାମକ ଏକ ହ୍ବାଟ୍‌ସାପ୍‌ ଗ୍ରୁପ୍‌ ଚାଟ୍‌ରୁ ସାମ୍ନାକୁ ଆସିଥିଲା ଏଭଳି ଘଟଣା । ଏହାପରେ ଅନେକ ଅଭିନେତ୍ରୀ ପ୍ରତିକ୍ରିୟା ରଖିଥିଲେ । ଅଭିନେତ୍ରୀ ଜସ୍ମିନ ରଥ ମଧ୍ୟ ତାଙ୍କ ସହ ଟୁଟୁ ନାୟକ କଣ କରିଛନ୍ତି ବୋଲି ନିଜ ମନର ଭାବନାକୁ ପ୍ରକାଶ କରିଥିଲେ । ଜସ୍ମିନ କହିଥିଲେ, "ଲେଟ୍‌ ନାଇଟ୍‌ ପ୍ରଫେସନାଲ ମିଟିଂ ପାଇଁ ମୋତେ ପ୍ରଯୋଜକ ଟୁଟୁ ନାୟକ ଡାକୁଥିଲେ । ମୁଁ ମନା କରିବାରୁ ମୋତେ ତାଙ୍କ ପ୍ରୋଜେକ୍ଟରୁ ସକାଳେ ବାହାର କରିଦେଲେ । ତାପରେ ମୋ ବ୍ୟକ୍ତିଗତ ଜୀବନ ଉପରେ ବିଭିନ୍ନ ସ୍ଥାନରେ ଆଶାଳୀନ ମନ୍ତବ୍ୟ ବି ଦେଲେ ।" ଯାହା ମତେ ମାନସିକସ୍ତରରେ ଆଘାତ ଦେଇଛି ବୋଲି ସେ କହିଥିଲେ । କେବଳ ଅଭିନେତ୍ରୀ ଜସ୍ମିନ ରଥ ନୁହଁନ୍ତି, ପୁପୁଲ ଭୂୟାଁ ମଧ୍ୟ ଏହି କଥାକୁ ସମର୍ଥନ ଜଣାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Etv Bharat କାର୍ଯ୍ୟରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ସର୍ବସମ୍ମୁଖରେ ମାଡ ମାରିଲେ ଟୁଟୁ ନାୟକ

ଏହା ମଧ୍ୟ ପଢ଼ନ୍ତୁ...Casting Couch In Ollywood: ପ୍ରୟୋଜକ ଟୁଟୁଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଲେ ପ୍ରକୃତି

ତେବେ ଟୁଟୁ ନାୟକଙ୍କ ଭଳି ଜଣେ ଅଭଦ୍ରତାର ପରିଚୟ ଦେଉଥିବା ପ୍ରଯୋଜକଙ୍କୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରୁ ବୟକଟ କରିବା ଦରକାର ଆଉ ତାଙ୍କ ବିରୋଧରେ ସବୁ ଅଭିନେତ୍ରୀଙ୍କୁ ସାମ୍ନାକୁ ଆସି ଅଭିଯୋଗ କରିବା ଦରକାର ବୋଲି ସେତେବେଳେ ପ୍ରକୃତି ଦାବି କରିଥିଲେ । ଏହାଦ୍ୱାରା ସିନେମା ଇଣ୍ଡଷ୍ଟ୍ରିରେ ହେଉଥିବା କାଷ୍ଟିଂ କାଉଚ୍‌ ବନ୍ଦ ହୋଇପାରିବ ଆଉ ସମସ୍ତେ ଏକ ସକାରାତ୍ମକ ପରିବେଶରେ କାମ କରିପାରିବେ ବୋଲି ସେ କହିଥିଲେ । ଆଜି ପୁଣିଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ଟୁଟୁ ନାୟକଙ୍କ ଚରିତ୍ର ଉପରେ ଅନେକ ଅଙ୍ଗୁଳି ଉଠିଛି । କେଉଁ ପରିସ୍ଥିତିରେ ଓ କଣ ପାଇଁ ସେ ଜଣେ ମହିଳା ସାମ୍ବାଦିକାଙ୍କ ଉପରକୁ ହାତ ଉଠାଇଲେ, ଏହା ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details