ଓଡିଶା

odisha

By

Published : Apr 29, 2023, 10:01 PM IST

ETV Bharat / state

ସିଏସଙ୍କ ଗୁରୁବାଣୀ; ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପ୍ରଭାବଶାଳୀ ମାନବ ସମ୍ବଳ ପରିଚାଳନା ମାଧ୍ୟମରେ ସୁଶାସନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । '୫ଟି' ମଡେଲକୁ କଡ଼ାକଡ଼ି ପାଳନ କରି ନାଗରିକ କୈନ୍ଦ୍ରିକ ଶାସନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସମ୍ପର୍କରେ ସେ କହିଛନ୍ତି । ନାଗରିକ କୈନ୍ଦ୍ରିକ ଶାସନ ପ୍ରଦାନ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବାକୁ ସେ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ
ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ

ଭୁବନେଶ୍ବର: ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ । ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ନିଯୁକ୍ତି ପ୍ରଶିକ୍ଷଣ ନେଉଥିବା ଓଡିଶା ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେ ଏହି ପରାମର୍ଶ ଦେଇଛନ୍ତି ।

ଏହାବି ପଢନ୍ତୁ- JEE Main Result Out: ଓଡ଼ିଶାର ଟପ୍ପର ହେଲେ ପ୍ରିୟଙ୍କା ସର

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରଭାବଶାଳୀ ମାନବ ସମ୍ବଳ ପରିଚାଳନା ମାଧ୍ୟମରେ ସୁଶାସନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । '୫ଟି' ମଡେଲକୁ କଡ଼ାକଡ଼ି ପାଳନ କରି ନାଗରିକ କୈନ୍ଦ୍ରିକ ଶାସନକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ସମ୍ପର୍କରେ ସେ କହିଛନ୍ତି । ନାଗରିକ କୈନ୍ଦ୍ରିକ ଶାସନ ପ୍ରଦାନ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବାକୁ ସେ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ ଦେଇଛନ୍ତି । କ୍ଷେତ୍ର ଅଧିକାରୀମାନେ ବ୍ୟାପକ ଗସ୍ତ କରି ସାଧାରଣ ନାଗରିକଙ୍କ ସମସ୍ୟା ବୁଝିବା ଦରକାର । ଅଭିନବ ଓ ରୂପାନ୍ତରଣ ଆଣୁଥିବା ଶାସନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ ଦୃଷ୍ଟିକୋଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ

ଏହାବି ପଢନ୍ତୁ- ମା' ବୁଢୀ ଠାକୁରାଣୀ ଯାତ୍ରାରେ ଆକର୍ଷଣ ବାଘନାଚ, କାହିଁକି ହୋଇଥାଏ ସବୁଠୁ କଷ୍ଟ ବେଶ

ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ପିଢ଼ିର ଯୁବ ପ୍ରଶାସନିକ ଅଧିକାରୀମାନେ ଉଚ୍ଚ ଶିକ୍ଷିତ ଏବଂ ଜ୍ଞାନକୌଶଳସମ୍ପନ୍ନ ହୋଇଥିବାରୁ ସେବା ପ୍ରଦାନର ଶେଷ ମାଇଲରେ ଥିବା ନାଗରିକମାନଙ୍କୁ ସରକାରୀ ସେବା ପ୍ରଦାନ କରିବାରେ ଅଧିକ କ୍ଷମତା ରଖୁଛନ୍ତି । ସେ ପ୍ରୋବେସନରମାନଙ୍କୁ ଉତ୍ତମ ଆଚରଣ, ଶୃଙ୍ଖଳିତ, ସ୍ପଷ୍ଟବାଦୀ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବାକୁ ପରାମର୍ଶ ଦେଇଛନ୍ତି । ଅଧିକାରୀମାନେ ଆଇନ ପ୍ରତି ଆନୁଗତ୍ୟ ରହି ଜନସାଧାରଣଙ୍କ ବୃହତ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଓଏଏସ ପ୍ରୋବେସନରଙ୍କୁ ପରାମର୍ଶ

ସ୍ଥାନୀୟ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଅଂଚଳର ଅଭିନବ ରଣନୀତି ସହାୟକ ହୋଇଥାଏ । ସେ କହିଛନ୍ତି, ବରିଷ୍ଠ ଅଧିକାରୀଙ୍କ ସେମାନଙ୍କର ଅଭିନବତ୍ୱ ଉପରେ ଅଧିକାର ନାହିଁ । ଏହା ଲୋକମାନଙ୍କ ଠାରୁ ଆସିଥାଏ । ତେଣୁ ସକ୍ରିୟ ଭାବରେ ଧ୍ୟାନ ପୂର୍ବକ ଜନସାଧାରଣ କଥା ଶୁଣିବା ସହ ସେମାନଙ୍କ ମତାମତ, ସଂସ୍କରଣ ଓ ଦୃଷ୍ଟିକୋଣକୁ ଅଣଦେଖା ନ କରିବାକୁ ସେ ଯୁବ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ପ୍ରଭାବଶାଳୀ ଏବଂ ଦକ୍ଷ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ପାଇଁ ଅଭିନବ ରଣନୀତି ଜାଣିବା ପାଇଁ ବରିଷ୍ଠ ଆଇଏଏସ ଅଧିକାରୀମାନେ କିପରି କ୍ଷେତ୍ର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରୁଥିଲେ ସେ ବିଷୟରେ ସେ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି । ବର୍ଷ ବର୍ଷ ଧରି ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟର ସଫଳତା ସମ୍ପର୍କରେ ସେ ବର୍ଣ୍ଣନା କରିଛନ୍ତି ।

ବର୍ତ୍ତମାନର ସରକାର ଅଧିକ ପ୍ରଗତିଶୀଳ ଓ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ସତର୍କ ଅଛନ୍ତି ବୋଲି ସେ ଅଧିକାରୀମାନଙ୍କୁ ଅବଗତ କରାଇଛନ୍ତି । ଅଧିକାରୀଙ୍କୁ କେବଳ ପ୍ରଶାସନିକ ତଦାରଖର ଏକ ଦୃଢ଼ ବ୍ୟବସ୍ଥା ମାଧ୍ୟମରେ ନିରୀକ୍ଷଣ କରାଯାଏ ନାହିଁ, ବରଂ ସେମାନଙ୍କ କାର୍ଯ୍ୟକଳାପକୁ ସାଧାରଣତଃ ଲୋକମାନେ ମଧ୍ୟ ଅନୁଧ୍ୟାନ କରିଥାନ୍ତି । ସୂଚନା ଅଧିକାର ଆଇନ ଏବଂ ଓଡ଼ିଶା ଲୋକସେବା ଅଧିକାର ଆଇନ ଜନସାଧାରଣଙ୍କୁ ଅଧିକ ସଚେତନ ଓ କର୍ମଚାରୀମାନଙ୍କୁ ଅଧିକ ଉତ୍ତରଦାୟୀ କରୁଛି ।

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା ରାଜ୍ୟର ସିଭିଲ ସର୍ଭିସେସ ମୁଖ୍ୟ ହିସାବରେ ମୁଖ୍ୟ ଶାସନ ସଚିବ ଓଏଏସ ପ୍ରୋବେସନରଙ୍କୁ ସମ୍ବୋଧିତ କରି ସେମାନଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସେ ପ୍ରୋବେସନରଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ପରିଦର୍ଶନ, ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଚ ସହ ମେଣ୍ଟର-ସିପ ପ୍ରୋଗ୍ରାମ ଏବଂ ମ୍ୟାନେଜମେଣ୍ଟ ମଡ୍ୟୁଲ, ଯୋଗ ଅଧିବେଶନ, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ଭଳି ନିଯୁକ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ଏକାଡେମୀ ଦ୍ୱାରା ଅଣାଯାଇଥିବା ବହୁବିଧ ପରିବର୍ତ୍ତନ ଓ ସଂସ୍କାର ବିଷୟରେ ଆଲୋକପାତ କରିଛନ୍ତି । ଓଡ଼ିଶାରେ ପ୍ରଶାସନିକ ସେବା ପାଇଁ ସଚ୍ଚୋଟ, ଦକ୍ଷ, ସମ୍ବେଦନଶୀଳ, ଦୟାଶୀଳ ଓ ଟିମ୍ ଭିତ୍ତିକ ଅଧିକାରୀ ଯୋଗାଇଦେବା ପାଇଁ ଏକାଡେମୀର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି । ୨୦୧୯ ବ୍ୟାଚର ଓଏଏସ ପ୍ରୋବେସନର ଚିନ୍ମୟୀ ଚେତନା ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details