ଖୋର୍ଦ୍ଧା: କୃଷକ ଓ କୃଷିଜୀବିଙ୍କ ଦାବି ହାସଲ ପାଇଁ ଏକହେବା ଆହ୍ବାନ ଦେଇ ସୋମବାର ବୋଲଗଡ ବ୍ଳକ ପିଚୁକୁଳିଠାରେ ସିପିଆଇ ଓ ଅଲ୍ଇଣ୍ଡିଆ କିଶାନ ସଭା ପକ୍ଷରୁ ୧୨ ଦଫା ଦାବି ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ସଂଶୋଧନ ବିଲ୍, ଆଇନ ୨୦୨୦ ରଦ୍ଦ କରିବା ସହିତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକ ସାଧାରଣ ବଣ୍ଟନ ବ୍ୟବସ୍ଥା କରାଯିବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ ।
୧୨ ଦଫା ଦାବିରେ ସିପିଆଇ ଓ କୃଷକସଭା ପକ୍ଷରୁ ବିକ୍ଷୋଭ - ଖୋର୍ଦ୍ଧା ନ୍ୟୁଜ
କୃଷକ ଓ କୃଷିଜୀବିଙ୍କ ଦାବି ହାସଲ ପାଇଁ ଏକହେବା ଆହ୍ବାନ ଦେଇ ସୋମବାର ବୋଲଗଡ ବ୍ଳକ ପିଚୁକୁଳିଠାରେ ସିପିଆଇ ଓ ଅଲଇଣ୍ଡିଆ କିଶାନ ସଭା ପକ୍ଷରୁ ୧୨ ଦଫା ଦାବି ନେଇ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଏହିପରି ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଜନବିରୋଧୀ କୃଷି ବିଲ୍ ପ୍ରତ୍ୟାହାର, ସରକାରୀ ନିୟନ୍ତ୍ରିତ ମଣ୍ଡି ମାଧ୍ୟମରେ ସମସ୍ତ କୃଷିଜାତ ଦ୍ରବ୍ୟର ସହାୟକ ମୂଲ୍ୟ ପ୍ରଦାନ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, କୃଷକମାନଙ୍କ ସମସ୍ତ ଋଣ ଛାଡ ସାଥୀକୁ ସୁଧମୁକ୍ତ କୃଷି ଋଣ ପ୍ରଦାନ, ନୂତନ ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ ପ୍ରତ୍ୟାହାର, ଖାଦ୍ୟ ସୁରକ୍ଷାର ଗ୍ୟାରେଣ୍ଟି ପାଇଁ କୃଷି ଜମିର ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ, ଡିଜେଲ ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର ସହ ରିହାତି ମୂଲ୍ୟରେ ଡିଜେଲ ପ୍ରଦାନ, ମୁକ୍ତ ବାଣିଜ୍ୟ ରାଜିନାମା ବାତିଲ, ମନରେଗା ଯୋଜନାରେ କୃଷି କାର୍ଯ୍ୟ ଅତ୍ୟଭୁକ୍ତ କରି ଦୈନିକ ୬୦୦ ଟଙ୍କା ମଜୁରୀ ସହିତ ବର୍ଷକୁ ୨୦୦ ଦିନ କାର୍ଯ୍ୟ ଯୋଗାଣ ଭଳି ୧୨ ଦଫା ଦାବିରେ ସ୍ଲୋଗାନ ଦେଇ ସିପିଆଇ ଓ କୃଷକ ସଭାର ଶତାଧିକ ମହିଳା ଓ ପୁରୁଷ ସମର୍ଥକମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ବିକ୍ଷୋଭକାରୀ ମାନେ ସ୍ଥାନୀୟ ସିପିଆଇ କାର୍ଯ୍ୟାଳୟ ଠାରୁ ବାହାରି ପିଚୁକୁଳି ବଜାର ପରିକ୍ରମା କରିବା ପରେ ସାନପଦର ଛକ ଠାରେ ଏକ ପଥପ୍ରାନ୍ତ ସଭା କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ