ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଠିକା କର୍ମଚାରୀଙ୍କ ବିକ୍ଷୋଭ - contract workers

ଘରୋଇ ବିଦ୍ୟୁତ ସଂସ୍ଥା ଫେଡ୍କୋରେ କାର୍ଯ୍ୟରତ ଆଠ ହଜାର କର୍ମଚାରୀଙ୍କୁ ଛଟେଇ ନିର୍ଦ୍ଦେଶ ଦିଆଯିବା ପରେ ସୋମବାର ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ଠିକା କର୍ମଚାରୀଙ୍କ ବିକ୍ଷୋଭ
ସ୍ଥାୟୀ ନିଯୁକ୍ତି ଦାବିରେ ଠିକା କର୍ମଚାରୀଙ୍କ ବିକ୍ଷୋଭ

By

Published : Jun 29, 2020, 3:14 PM IST

ଖୋର୍ଦ୍ଧା: ଘରୋଇ ବିଦ୍ୟୁତ ସଂସ୍ଥା ଫେଡ୍କୋରେ କାର୍ଯ୍ୟରତ ଆଠ ହଜାର କର୍ମଚାରୀଙ୍କୁ ଛଟେଇ ନିର୍ଦ୍ଦେଶ ଦିଆଯିବା ପରେ ସୋମବାର ସେମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବିରେ ଠିକା କର୍ମଚାରୀଙ୍କ ବିକ୍ଷୋଭ

ତେବେ ଦୀର୍ଘ ଆଠ ବର୍ଷ ଧରି ସେସୁ ଅଧୀନରେ ବିଦ୍ୟୁତ ଉପଭୋକ୍ତାଙ୍କୁ ଏମାନେ ସେବା ଯୋଗାଇ ଆସୁଥିଲେ । ସୋମବାର ସ୍ଥାୟୀ ନିଯୁକ୍ତି ଦାବି କରି ଏକ ଦାବିପତ୍ର ରାଜ୍ୟ ସରକାର ଏବଂ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି କର୍ମଚାରୀ ।

ଏହାସହ ଆଗାମୀ ସାତ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଭୁବନେଶ୍ବରରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details