ଖୋର୍ଦ୍ଧା: ବେଆଇନ ଖଣି ଖନନକୁ ବିରୋଧ । ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ବେଗୁନିଆ ତହସିଲ ଓ ଟାଙ୍ଗୀ ତହସିଲ ଅଧିନରେ ଚାଲିଛି ବେଆଇନ ଖଣି ଖନନ କାର୍ଯ୍ୟ । ଯାହାକୁ ବିରୋଧ କରି ଓଳସିଂ ଗ୍ରାମବାସୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ଖଣିରେ ଚଢାଉ କରାଯାଇଛି ।
ବେଆଇନ ଖଣି ଖନନକୁ ବିରୋଧ, ପୋଲିସର ଚଢାଉ - Protests against illegal mining
ଖୋର୍ଦ୍ଧା ବେଗୁନିଆ ତହସିଲ ଓ ଟାଙ୍ଗୀ ତହସିଲ ଅଧିନରେ ଚାଲିଥିବା ବେଆଇନ ଖଣି ଖନନକୁ ନେଇ ଓଳସିଂ ଗ୍ରାମବାସୀ ପ୍ରତିବାଦ କରିବା ସହିତ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ ।
ବେଆଇନ ଖଣି ଖନନକୁ ବିରୋଧ, ପୋଲିସର ଚଢାଉ
ଏହି ଚଢାଉରେ ପୋଲିସ ଦୁଇଟି ହିଟାଚି ମେସିନ ସହିତ ବ୍ଲାଷ୍ଟିଙ୍ଗରେ ବ୍ୟବହୃତ ହେଉଥିବା ଚାରୋଟି କମ୍ପ୍ରେସର ମେସିନ ଜବତ କରିଛି । ସେପଟେ ଗ୍ରାମବାସୀ ଏସବୁ ବେଆଇନ ଖଣି ଖନନ କରୁଥିବା ମାଫିଆ ମାନଙ୍କୁ ଗିରଫ କରିବା ସହିତ ବେଆଇନ ଖଣି ଖନନକୁ ବନ୍ଦ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ