ଓଡିଶା

odisha

ETV Bharat / state

ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିବା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ - କାଳିଆ ଯୋଜନାରେ ଯୋଗ୍ୟ ଚାଷୀ

କାଳିଆ ଯୋଜନାରେ ଯୋଗ୍ୟ ଚାଷୀକୁ ଟଙ୍କା ପ୍ରଦାନ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

By

Published : Sep 20, 2019, 7:02 PM IST

ଖୋର୍ଦ୍ଧା: କାଳିଆ ଯୋଜନାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କାଳିଆ ଯୋଜନାରେ ସରକାର ଯୋଗ୍ୟ ଚାଷୀକୁ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ସରକାର କାଳିଆ ଯୋଜନାରେ ବହୁ ଅଯୋଗ୍ୟ ଚାଷୀଙ୍କୁ ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ଯୋଗ୍ୟ ଚାଷୀ ମାନେ ଏହି ଯୋଜନାରୁ ବାଦ ପଡିଛନ୍ତି । ଖୁବ ଶୀଘ୍ର ଯୋଗ୍ୟ ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ପ୍ରଦାନ କରିବା ପାଇଁ ନବନିର୍ମାଣ କୃଷକ ସଙ୍ଗଠନ ଦାବି କରିଛି। ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସରକାର ଯଦି ଯୋଗ୍ୟ ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ନଦିଅନ୍ତି ତେବେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ଜୋରୋଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details