ଓଡିଶା

odisha

ETV Bharat / state

ସବ ଇନ୍ସପେକ୍ଟରଙ୍କ ବଦଳି ବାତିଲ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ - ବେଗୁନିଆ ସବ ଇନ୍ସପେକ୍ଟରଙ୍କ ବଦଳି ବାତିଲ ଦାବୀ

ବେଗୁନିଆ ଥାନାର ସବ ଇନ୍ସପେକ୍ଟର ବଦଳିକୁ ସ୍ଥାନୀୟ ଲୋକଙ୍କ ବିରୋଧ । ଏହି ବଦଳିକୁ ବାତିଲ କରିବା ପାଇଁ ବେଗୁନିଆ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଜନସାଧାରଣ ।

protest-in-front-of-police-station-to-cancel-begunia-sub-inspectors-transfer
ସବ ଇନ୍ସପେକ୍ଟରଙ୍କ ବଦଳି ବାତିଲ କରିବାକୁ ଥାନା ସମ୍ମୁଖରେ ବିକ୍ଷୋଭ

By

Published : Jun 12, 2020, 4:06 PM IST

ଖୋର୍ଦ୍ଧା: ସବ ଇନ୍ସପେକ୍ଟର ବଦଳିକୁ ସ୍ଥାନୀୟ ଲୋକଙ୍କ ବିରୋଧ । ବେଗୁନିଆ ଥାନାର ସବ ଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକଙ୍କ ଜିଲ୍ଲା ପୋଲିସ ପକ୍ଷରୁ ଅନ୍ୟତ୍ର ବଦଳି କରାଯାଇଛି । ଏହି ବଦଳିକୁ ବାତିଲ କରିବା ପାଇଁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଜନସାଧାରଣ ।

ସବ ଇନ୍ସପେକ୍ଟରଙ୍କ ବଦଳି ବାତିଲ କରିବାକୁ ଥାନା ସମ୍ମୁଖରେ ବିକ୍ଷୋଭ

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନାରେ ସବଇନ୍ସପେକ୍ଟର ବିଜୟ କୁମାର ମଲ୍ଲିକ ଯୋଗ ଦେବା ପରଠାରୁ ଗୁଣ୍ଡା ବଦମାସ ଖଣି ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତାଙ୍କୁ ସ୍ଥାନୀୟ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି । ସେହିପରି ବେଗୁନିଆ ଅଞ୍ଚଳରେ ସେ ଅପରାଧ ନିୟନ୍ତ୍ରଣ କରିବାରେ ସଫଳତା ପାଇଛନ୍ତି । କିନ୍ତୁ ଖଣି ମାଫିଆଙ୍କ ଚାପରେ କୁଆଡେ ସବ ଇନ୍ସପେକ୍ଟରଙ୍କର ବଦଳି କରାଯାଇଥିବା ସ୍ଥାନୀୟ ଲୋକ ଏବଂ କିଛି ସାମାଜିକ ଅନୁଷ୍ଠାନ ଏହାର ପ୍ରତିବାଦରେ ଆଜି ବେଗୁନିଆ ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିବା ସହ ଖୋର୍ଦ୍ଧା ଏସପିଙ୍କୁ ତାଙ୍କ ବଦଳି ବାତିଲ କରିବା ପାଇଁ ଏକ ଦାବିପତ୍ର ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details