ଓଡିଶା

odisha

ନ୍ୟାୟ ପାଇଁ ଜଙ୍କିଆ ଥାନା ଆଗରେ ଧାରଣା

By

Published : Jan 22, 2021, 11:00 PM IST

ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାରେ । ଲୁଟର ଶିକାର ହୋଇ ଦୀର୍ଘ ଏକ ବର୍ଷ 5 ମାସ ହେଲା ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ମିଳିନାହିଁ । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ...

complainant protest in front of police station
ନ୍ୟାୟ ପାଇଁ ଜଙ୍କିଆ ଥାନା ସମ୍ମୁଖରେ ଧାରଣା

ଖୋର୍ଦ୍ଧା:ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା । ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ନିମନ୍ତେ ପୋଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ କିନ୍ତୁ ଲୁଟ ଘଟଣାରେ ଶିକାର ହୋଇ ପୋଲିସ ପାଖରେ ଅଭିଯୋଗ କଲା ପରେ ମଧ୍ୟ ନ୍ୟାୟ ନମିଳିବାରୁ ବାଧ୍ୟହୋଇ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସରପାରି ଗ୍ରାମର ଗଗନ ନାୟକଙ୍କ କ୍ଷେତ୍ରରେ ।

ନ୍ୟାୟ ପାଇଁ ଜଙ୍କିଆ ଥାନା ସମ୍ମୁଖରେ ଧାରଣା

ସୂଚନା ଅନୁଯାୟୀ ୭.୬.୨୦୧୯ ରିଖ ସକାଳ ସମୟ ପ୍ରାୟ ୯.୩୦ ଗଗନ ନାୟକ ନିଜ ମଟର ସାଇକେଲରେ ଯାଉଥିବା ବେଳେ କମାଗୁରୁ-ଟାଙ୍କୋଳ ରାସ୍ତାରେ ଲୁଟେରା ମାନେ ଗଗନକୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା, ରୂପା ଅଳଙ୍କାର, ମୋବାଇଲ ଫୋନ ଏବଂ ମୋଟର ସାଇକେଲ ଲୁଟି ନେଇଥିଲେ ।

ଗଗନ ଏ ସମ୍ପର୍କରେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିବା ସହ ଲୁଟେରାଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବା ପ୍ରତିବାଦରେ ଆଜି ଜଙ୍କିଆ ଥାନା ସମ୍ମୁଖରେ ଗଗନ ଏବଂ ତାଙ୍କ ପରିବାର ଧାରଣାରେ ବସିଛନ୍ତି । ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏ ଭଳି ଧାରଣା ଜାରି ରହିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details