ଓଡିଶା

odisha

ETV Bharat / state

ବିଧାନସଭା ଘେରିଲେ ନ୍ୟାୟ ପାଇଁ ଲଢେଇ କରୁଥିବା ପରିବାର

ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ବିଧାନସଭା ଘେରାଉ । ସମସ୍ତ ଘଟଣାକୁ ସିବିଆଇର ଏକ ଏସଆଇଟି ଟିମ ଗଠନ କରି ତଦନ୍ତ କରାଯିବାକୁ ଦାବି । ଯାହା ଫଳରେ ପୀଡିତ ପରିବାର ନ୍ୟାୟ ପାଇପାରିବେ । ଅଧିକ ପଢନ୍ତୁ

ବିଧାନସଭା ଘେରିଲେ ନ୍ୟାୟ ପାଇଁ ଲଢେଇ କରୁଥିବା ପରିବାର
ବିଧାନସଭା ଘେରିଲେ ନ୍ୟାୟ ପାଇଁ ଲଢେଇ କରୁଥିବା ପରିବାର

By

Published : Dec 2, 2022, 6:30 PM IST

ଭୁବନେଶ୍ବର:ନ୍ୟାୟ ପାଇଁ ଲଢେଇ ପରିବାର ପକ୍ଷରୁ ବିଧାନସଭା ଘେରାଉ । ସେମାନଙ୍କର ଗୋଟିଏ ଜିଦ ସମସ୍ତ ଘଟଣାର ସିବିଆଇ ତଦନ୍ତ କରାଯାଉ । ନ୍ୟାୟ ପାଇଁ ବିଭିନ୍ନ ପୋଲିସ ମହାନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଭଳି ଅନେକ ସ୍ଥାନରୁ ନ୍ୟାୟ ନ ପାଇ ଆଜି ନ୍ୟାୟ ଦାବିରେ ବିଧାନସଭା କରିଛନ୍ତି ଘେରାଉ ।

ବିଧାନସଭା ଘେରିଲେ ନ୍ୟାୟ ପାଇଁ ଲଢେଇ କରୁଥିବା ପରିବାର

ସୂଚନା ଅନୁଯାୟୀ ପ୍ରାୟ 50 ପରିବାର ଯାହାଙ୍କର ପିଲା ଚୋରୀ, ହତ୍ୟା, ଦୁଷ୍କର୍ମ ଓ ଆତ୍ମହତ୍ୟା ଭଳି ସଙ୍ଗିନ ଘଟଣାର ଏ ପର୍ଯ୍ୟନ୍ତ ସତ୍ୟତା ସାମନାକୁ ଆସି ନାହିଁ । ଏହି ସମସ୍ତ ଘଟଣାର ନ୍ୟାୟ ଅପେକ୍ଷାରେ ରହି ବର୍ଷ ବର୍ଷ ବିତିଗଲାଣି, ହେଲେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ଏମାନେ । ଏମାନଙ୍କ ମଧ୍ୟରେ ରହିଛି, ବହୁ ଚର୍ଚ୍ଚିତ ପରି ଘଟଣା, ପିହୁର ହତ୍ୟା ଘଟଣା, ଡିଏଫଓ ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣା ସମେତ ମାହାଙ୍ଗା ହତ୍ୟା ଆଦି ଘଟଣା । ଅନେକ ଦିନ ଧରି ଏମାନେ ନ୍ୟାୟ ପାଇଁ ଥାନା କୋର୍ଟ କଚେରୀ ଧାଇଁ ଧାଇଁ ଥକି ପଡିବା ପରେ ମଧ୍ୟ ଖାଲି ତଦନ୍ତର ଦିନ ଗଡୁଛି ସିନା ନ୍ୟାୟ ମିଳିପାରୁନି । ତେଣୁ ରାଜ୍ୟ ସରକାର ନ୍ୟାୟିକ ବ୍ୟବସ୍ଥା ଉପରେ ଏମାନଙ୍କ ଆସ୍ଥା ହରାଇ ବସିଲେଣି ।

ନ୍ୟାୟ ପାଇଁ ଲଢେଇ ପରିବାର ସଭାପତି ସୁବ୍ରତ ଦାସ କହିଛନ୍ତି ଯେ, "ରାଜ୍ୟରେ ପ୍ରାୟ 50 ପରିବାରଙ୍କୁବର୍ଷ ବର୍ଷ ଧରି ସଂଗ୍ରାମ କରୁଛନ୍ତି ହେଲେ ଏ ପର୍ଯ୍ୟନ୍ତ ନ୍ୟାୟ ଦେଇପାରିଲେ ନାହିଁ ସରକାର । ସେ କହିଛନ୍ତି ଯେ, ରାଜ୍ୟରେ ସଂବେଦନଶୀଳ ବିଭାଗରେ ମାଳ ମାଳ ନେତା ମାନେ ଏଭଳି ଘଟଣା ମାନଙ୍କରେ ସାମିଲ ରହିଛନ୍ତି । କିଛି ନେତା ଚାପ ପକାଇ ଥାନାରୁ ମାମଲା ଗୁଡ଼ିକକୁ ରଫା ଦଫା କରିଦେଉଛନ୍ତି । ଯାହା ଫଳରେ ପୀଡିତ ପରିବାର ମାନେ ନ୍ୟାୟ ପାଇପାରୁନାହାନ୍ତି । ଏନେଇ ଆଜି ବିଧାନସଭା ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଯେ, ସିବିଆଇର ଏକ ଏସଆଇଟି ଟିମ ଗଠନ କରାଯାଇ ଏହି ସମସ୍ତ ଘଟଣାର ତଦନ୍ତ କରାଯାଉ । ଯାହା ଫଳରେ ପୀଡିତ ପରିବାର ନ୍ୟାୟ ପାଇପାରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details