ଓଡିଶା

odisha

By

Published : Dec 19, 2019, 7:26 PM IST

ETV Bharat / state

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ସ୍କୁଲଗେଟରେ ତାଲା

ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଖାରଡ଼ପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ନେଇ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ ।

student protest
ସ୍କୁଲ ଫାଟକରେ ତାଲା

ଖୋର୍ଦ୍ଧା: ଶିକ୍ଷକ ବଦଳିକୁ ନେଇ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଗ୍ରାମବାସୀ । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଖାରଡ଼ପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ନେଇ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ ।

ସ୍କୁଲ ଫାଟକରେ ତାଲା

ବ୍ଲକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ତ୍ରୁଟିପୂର୍ଣ୍ଣ ନିଷ୍ପତି କାରଣରୁ ଦେଖାଦେଇଛି ଜନ ଅସନ୍ତୋଷ । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ 96ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମାତ୍ର ଏହି ସ୍କୁଲରେ ଅଳ୍ପଦିନ କାର୍ଯ୍ୟ କରିବା ପରେ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କୁ ବଦଳି କରାଯାଇ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ମାତ୍ର ପୁନର୍ବାର ନୂତନ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଏଠାରୁ ବଦଳି କରାଯିବାରୁ ତେଜିଛି ଜନ ଅସନ୍ତୋଷ । ଆଜି (ଗୁରୁବାର)ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏକାଠି ହୋଇ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details