ଭୁବନେଶ୍ବର: ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ସାରା ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ଦୃଢ଼ ହେବାରେ ଲାଗିଛି। ଏହି ଘଟଣାରେ ବିରୋଧରେ ବିଭିନ୍ନ ସଙ୍ଗଠନ ସ୍ବର ଉତ୍ତୋଳନ କରିଛନ୍ତି । ଆଜି ସନ୍ଧ୍ୟାରେ ଏବିଭିପି ପକ୍ଷରୁ ଏହି ଆକ୍ରମଣକୁ ଦୃଢ଼ ଭାବରେ ବିରୋଧ କରାଯାଇଛି । ଏହି ଘଟଣାକୁ ନିନ୍ଦା କରାଯିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ପଶ୍ଚିମବଙ୍ଗରେ ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାକୁ ଏବିଭିପିର ବିରୋଧ - mamata banarjee
ଭୁବନେଶ୍ବର ଏବିଭିପି ପକ୍ଷରୁ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆକ୍ରମଣକୁ ଦୃଢ଼ ଭାବରେ ବିରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
କଲିକତାରେ ଡ଼ାକ୍ତରଙ୍କୁ ମାଡ଼ ମରାଯାଇଥିବା ବେଳେ ସେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଯେଉଁମାନେ ଏଭଳି ଘଟଣା ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଏବିଭିପିର ସଂଯୋଜକ ସଞ୍ଜୟ ମଲ୍ଲିକ କହିଛନ୍ତି । ଡାକ୍ତର ଗୌତମ ପଣ୍ଡା କହିଛନ୍ତି ଯେ ଆମେ ଡାକ୍ତରଖାନାରେ ଡାକ୍ତରମାନଙ୍କର ସୁରକ୍ଷା ଚାହୁଁଛୁ । ସେ ଆହୁରି ମଧ୍ୟ କହିଛନ୍ତି, ସାରା ଭାରତରେ ଡାକ୍ତରମାନେ ଯେଉଁ ଘଟଣାକୁ କେନ୍ଦ୍ର କରି ଧାରଣାରେ ବସିଛନ୍ତି ସେମାନଙ୍କର ଗୋଟେ ମାତ୍ର ଦାବି କିଭଳି ଭାବରେ ଡାକ୍ତରଙ୍କ ସୁରକ୍ଷା କରାଯିବ ଏବଂ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯିବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ