ଓଡିଶା

odisha

ETV Bharat / state

ସିଜ୍ ହେବ ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି, ନୋଟିସ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ - ସମ୍ପତ୍ତି ଜବତ କରିବା ନେଇ ନୋଟିସ ଜାରି କରିଛି ଇଡି

ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କୋର୍ଟଙ୍କ ଅନୁମତି କ୍ରମେ ଝାରପଡ଼ା ଜେଲରେ ପହଞ୍ଚି ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରଙ୍କ ସମ୍ପତ୍ତି ଜବତ କରିବା ନେଇ ୩ ଜଣଙ୍କୁ ନୋଟିସ ଜାରି କରିଛି ଇଡି । ଅଧିକ ପଢ଼ନ୍ତୁ

ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ଜବତ କରିବାକୁ ନୋଟିସ କରିଛି ଇଡି
ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ଜବତ କରିବାକୁ ନୋଟିସ କରିଛି ଇଡି

By

Published : Jan 3, 2023, 10:44 PM IST

ଭୁବନେଶ୍ବର: ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କ ସମ୍ପତ୍ତି ସିଜ ହେବ । ଏହା ସହିତ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ତଥା ପୁରୁଣା ଗାଡି ବ୍ୟବସାୟର ମାଲିକ ଖଗେଶ୍ବରଙ୍କ ସମ୍ପତ୍ତି ମଧ୍ୟ ଜବତ କରିବ ଇଡି । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏନେଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଝାରପଡ଼ା ଜେଲରେ ପହଞ୍ଚି ୩ ଜଣଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ବଡ଼ ବଡ଼ିଆଙ୍କୁ ବ୍ଲାକମେଲ କରି କୋଟିପତି ହେବାକୁ ଦେଖିଥିବା ସ୍ବପ୍ନ ଅର୍ଚ୍ଚନାଙ୍କର ଚୁନା ହୋଇଯିବ । ଭାଙ୍ଗିଯିବ ଜଗବନ୍ଧୁର ସମ୍ପତ୍ତିର ପାହାଡ଼ । ଏମାନଙ୍କ ସହଯୋଗୀ ଖଗେଶ୍ବରର ସମ୍ପତି ମଧ୍ୟ ଜବତ ହେବ । ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରଖିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ବିଧିବଦ୍ଧ ଭାବେ ସରକାରୀ ସିଜ୍ । ଏନେଇ ତିନି ଜଣଙ୍କ ଅର୍ଜିତ ସମ୍ପତ୍ତି ଜବତ ହେବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ବରକୁ ନୋଟିସ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ତିନି ଜଣ ମିଶି ହନିଟ୍ରାପ, ବ୍ଲାକମେଲ ତଥା ଅପରାଧିକ ଢଙ୍ଗରେ ଅର୍ଜିତ ସମ୍ପତ୍ତିକୁ ଜବତ କରିବାକୁ ଇଡି ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଇଡି ଝାରପଡ଼ା ଜେଲରେ ପହଞ୍ଚି ତିନି ଜଣଙ୍କୁ ନୋଟିସ ଜାରି କରିଛି । ତେବେ ଆସନ୍ତାକାଲି ଇଡି ଝାରପଡ଼ା ଜେଲରେ ଅର୍ଚ୍ଚନାଙ୍କୁ ଜେରା କରିବ।ପରେ ଖଗେଶ୍ବରକୁ ପରଦିନ ଜେରା କରିବା ପାଇଁ ମଧ୍ୟ କୋର୍ଟଙ୍କୁ ଅନୁମତି ପାଇଛି ।

ତେବେ ୨୦୧୬ରୁ ଭୁବନେଶ୍ବର ଆସି ସାଧାରଣ ଲୋକରୁ କୋଟିପତି କୁଇନ ସାଜିଥିଲେ ଅର୍ଚ୍ଚନା । ଏହାସହ ତାଙ୍କ ସ୍ବାମୀ ଜଗବନ୍ଧୁ ସହ ମିଡିଲମ୍ୟାନ ଖଗେଶ୍ବର ମଧ୍ୟ କୋଟିପତି ହୋଇଥିଲେ । ବଡ଼ ଘର ସହ ଫାର୍ମ ହାଉସ, ବିଭିନ୍ନ ସ୍ଥାନରେ ପ୍ଲଟ ସହ ଦୁଇ ଦୁଇଟି ଦାମି କାର ଓ ବ୍ୟାଙ୍କ ବାଲାନ୍ସ ରଖିଥିଲେ । ଏହି ସବୁ ଇଡି ସିଜ କରିବ । ଯାହାକି ଏବେ ହନିଟ୍ରାପ କୁଇନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବ । ତେବେ ଇଡି ମାମଲାର ତଦନ୍ତ କରିବାର ଦୁଇ ମାସ ପୂର୍ଣ୍ଣ ହେବାକୁ ଥିବାରୁ ଆସନ୍ତା ଜାନୁଆରୀ ଦିତୀୟ ସପ୍ତାହରେ ହନିଟ୍ରାପ ମାମଲାରେ ଇଡି ଚାର୍ଜସିଟ ଦାଖଲ କରିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details