ଭୁବନେଶ୍ବର:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିରମାନଙ୍କରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି । ଏହି ବଣ୍ଟନ କାର୍ଯ୍ୟ ମଙ୍ଗଳବାର ଠାରୁ ୩୦ଟି ଟିମ ମାଧ୍ୟମରେ ଆରମ୍ଭ ହୋଇଛି । ବୁଧବାର ଦିନ ତମାମ ଦେଶର ବିଭିନ୍ନ ସ୍ଥାନରେ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ନିମନ୍ତ୍ରଣ ପତ୍ର ବଣ୍ଟନର ଦ୍ୱିତୀୟ ଦିନରେ ଓଡିଶା ବାହାରେ କେରଳର ପଦ୍ମନାଭସ୍ବାମୀ ମନ୍ଦିର, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଅହମ୍ମଦାବାଦର ଜଗନ୍ନାଥ ମନ୍ଦିର, କାଳୀଘାଟର କାଳୀ ମନ୍ଦିର ଓ ଖିଦିରପୁର ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରିତ କରାଯାଇଛି ।
ଏଥିସହ ରାମେଶ୍ଵରମର ଶ୍ରୀ ରାମନାଥସ୍ଵାମୀ ମନ୍ଦିର, ଚେନ୍ନାଇର ଜଗନ୍ନାଥ ମନ୍ଦିର, ମଥୁରା କୃଷ୍ଣ ଜନ୍ମଭୂମି ସ୍ଥଳ, ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀଜଗନ୍ନାଥ ମନ୍ଦିର, ତିରୁମାଳା ତିରୁପତି, ମହୀଶୂର ଚାମୁଣ୍ଡେଶ୍ୱରୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ମଧ୍ୟପ୍ରଦେଶର ଓଁକାରେଶ୍ୱର ଜ୍ୟୋର୍ତିଲିଙ୍ଗ, ବୃନ୍ଦାବନର ବାଙ୍କେବିହାରୀ ମନ୍ଦିର, ବିଜୟୱାଡାର କନକଦୁର୍ଗା ମନ୍ଦିର ଏବଂ ଏହାର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, କନ୍ଧମାଳରୁ 4 ସେବାୟତ ନିମନ୍ତ୍ରିତ
ସେହିପରି ରାଜ୍ୟ ମଧ୍ୟରେ କନ୍ଧମାଳ ଫୁଲବାଣୀର ଶ୍ରୀଜଗନ୍ନାଥ ମନ୍ଦିର, ଦଧିବାମନଜୀଉ ମନ୍ଦିର, ଯାଜପୁରର ବିରଜା ମନ୍ଦିର ଓ ବରାହ ମନ୍ଦିର, କଟକ ସାଲେପୁରର ରାମକୃଷ୍ଣପୁର ଦାରୁସ୍ଥଳୀ, ଢେଙ୍କାନାଳର କପିଳାସ ଚନ୍ଦ୍ରଶେଖର ମନ୍ଦିର ଓ ବଳଦେବଜୀଉ ମନ୍ଦିର, କଳାହାଣ୍ଡିର ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର, ଅସ୍ତରଙ୍ଗ ମାଳଦାର ଦାରୁକ୍ଷେତ୍ର, ସାକ୍ଷୀ ଗୋପାଳ ସ୍ଥିତ ରାଇଚକ୍ରଧରପୁର ମନ୍ଦିର, ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମନ୍ଦିର, ସମ୍ବଲପୁର ମା' ସମଲେଶ୍ବରୀ ମନ୍ଦିର, ରେଢାଖୋଲ ଜଗନ୍ନାଥ ମନ୍ଦିର, କେନ୍ଦ୍ରାପଡା ବଳଦେବ ଜୀଉ ମନ୍ଦିର, ବୌଦ୍ଧର ଚନ୍ଦ୍ରଚୂଡ ମନ୍ଦିର, ପୁରୁଣା କଟକ ଭୈରବୀ ମନ୍ଦିର, ଆଠଗଡ ଶରଣ କ୍ଷେତ୍ର, ଖଲ୍ଲିକୋଟ ଚକ୍ର ତୀର୍ଥ, ଅନୁଗୋଳର ଜଗନ୍ନାଥ ମନ୍ଦିର ଓ ମା' ହିଙ୍ଗୁଳା ମନ୍ଦିର, ଜଗତସିଂହପୁର ଅଡଙ୍ଗଗଡ ଦାରୁକ୍ଷେତ୍ର, ଖଡିପଡିଆ ଦାରୁକ୍ଷେତ୍ର ଓ ଗଞ୍ଜାମ ମା' ତାରାତାରିଣୀ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଯାଇଛି ।
ନବରଙ୍ଗପୁରର ମା' ଭଣ୍ଡାରଘରିଆଣୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଭଦ୍ରକର ଭଦ୍ରକାଳୀ ଓ ଆରଡ଼ି ଆଖଣ୍ଡଳମଣୀ ମନ୍ଦିରରେ ନିମନ୍ତ୍ରଣ ଦେବା ପାଇଁ ଯାଇଥିବା ସେବାୟତ ଓ ବରିଷ୍ଠ ଅଧିକାରୀ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସମ୍ପୃକ୍ତ ମନ୍ଦିରର ମୁଖ୍ୟ ନିମନ୍ତ୍ରଣ ଗ୍ରହଣ କରି ମହାପ୍ରଭୁଙ୍କ ଏହି ଅନନ୍ୟ କାର୍ଯ୍ୟରେ ସାମିଲ ହେବା ଏକ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି । ସମସ୍ତ ସ୍ଥାନରେ ନିମନ୍ତ୍ରଣ ପ୍ରଦାନ କରିବାକୁ ଯାଇଥିବା ଟିମକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ, ଶଙ୍ଖ ଧ୍ୱନି ଓ ହରିବୋଲ ହୁଳହୁଳି ପକାଇ ସମସ୍ତେ ସ୍ୱାଗତ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର