ଖୋର୍ଦ୍ଧା: ଶ୍ରମିକରୁ ସଫଳ ଚାଷୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ଗଢି ତୋଳିଛନ୍ତି ପ୍ରିୟରଞ୍ଜନ । ଓଡିଆରେ ଗୋଟିଏ ଲୋକକଥା ରହିଛି ଚାଷ କାମ ଯାହାର କି ଆନନ୍ଦ ତାହାର । ପରିଶ୍ରମ ଏବଂ କିଛି କରିବାର ଅଭିଳାଷ ମଣିଷକୁ ସଫଳ କରିଥାଏ । ଆଉ ପରିଶ୍ରମ କରି ଫଳାଇଛନ୍ତି ସୁନାର ଫସଲ । ଯାହାକୁ ନେଇ ଆଜି ସ୍ବାବଲମ୍ବୀ ହୋଇ ବେଶ ଦି ପଇସା ରୋଜଗାର କରିଛନ୍ତି ଖୋର୍ଦ୍ଧାର ମାଣିବନ୍ଧ ପଞ୍ଚାୟତ ଏକଡାଳିଆ ଗ୍ରାମର ଯୁବଚାଷୀ ପ୍ରିୟରଞ୍ଜନ ସାହୁ । ବର୍ତ୍ତମାନ ସମୟରେ ଯୁବପିଢି ଚାଷ କାର୍ଯ୍ୟକୁ ଛାଡୁଥିବା ବେଳେ ପ୍ରିୟରଞ୍ଜନ ଚାଷକୁ ଆଦରି ନେଇଛନ୍ତି । ନିଜେ ଆତ୍ମ ନିଭରଶୀଳ ହେବା ସହ ୬ଜଣଙ୍କୁ ଦେଇଛନ୍ତି ରୋଜଗାର ପନ୍ଥା।
ପୂର୍ବରୁ ପ୍ରିୟରଞ୍ଜନ ସାହୁ ଜଣେ ଶ୍ରମିକ ଭାବେ କେରଳରେ କାମ କରୁଥିଲେ । ପ୍ରିୟ ରଞ୍ଜନ କହିଛନ୍ତି,"ଗ୍ରାମର ଅନ୍ୟ ଲୋକଙ୍କ ଠାରୁ ପ୍ରାୟ ୮ଏକର ଜମିକୁ ଲିଜ୍ରେ ଆଣି ଟାଙ୍ଗରା ଭୂମିରେ ଚାଷ କାର୍ଯ୍ୟ କରାଯାଉଛି । ସବୁଜ ପନିପରିବା, ଗେଣ୍ଡୁଫୁଲ, କଞ୍ଚାଲଙ୍କା, ଥାଇଲାଣ୍ଡ ବରକୋଳି, ଥାଇଲାଣ୍ଡ ପିଜୁଳି, ଆମ୍ବ ସାଙ୍ଗକୁ କଦଳୀ ଫଳଉଥିବା ପ୍ରିୟ କହିଛନ୍ତି । ତେବେ ବଗିଚରେ ବ୍ୟବହାର ଖତ ମଧ୍ୟ ସେ ନିଜେ ପ୍ରସ୍ତୁତ କରୁଛନ୍ତି । ଘରେ ରଖିଥିବା ଗାଈଙ୍କ ଗୋବରରୁ ପ୍ରସ୍ତୁତ କରୁଛନ୍ତି ଜୈବିକ ଖତ । ସେଗୁଡିକ ଚାଷ ଜମିରେ ପ୍ରୟୋଗ କରୁଛନ୍ତି । ସମନ୍ବିତ ଚାଷରୁ ସେ ବର୍ଷକୁ ପାଖାପାଖି ୮ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ୬ଜଣ ଶ୍ରମିକଙ୍କ ରୋଜଗର ପ୍ରଦାନ କରିଥିବା କହିଛନ୍ତି ।"