ଭୁବନେଶ୍ବର: ଫେବୃଆରୀରେ ଓଡିଶା ଆସିବେ AICC ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଖୋର୍ଦ୍ଧା ବରୁଣେଇରେ କଂଗ୍ରେସର ଏକ ବିଶାଳ ସମାବେଶରେ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଯ୍ୟକ୍ରମ ହେବା ପାଇଁ ପ୍ରଭାରୀ ଚେଲ୍ଲାକୁମାର ଏବଂ AICCକୁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ତେବେ ପ୍ରିୟଙ୍କା ଗାନ୍ଧୀଙ୍କ ଓଡିଶା ଗସ୍ତ ସମୟ ସୂଚୀ ଚୂଡାନ୍ତ ହୋଇନଥିଲେ ମଧ୍ୟ ସେ ଫେବୃଆରୀ ମାସରେ ଓଡିଶା ଆସିବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ତେବେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବାକୁ ଥିବା ହାଥ ସେ ହାଥ ଯୋଡ଼ୋ କାର୍ଯ୍ୟକ୍ରମ ଉଦଘାଟନ ହେବା ପରେ ପ୍ରିୟଙ୍କା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ଛାମୁଆ ସଂଗଠନ ଗୁଡିକୁ ଅଧିକ କ୍ରିୟାଶୀଳ କରାଯିବ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସମାବେଶ ହେବ । ମହିଳା ମାନଙ୍କ ସୁରକ୍ଷା ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ କରିବ ।"