ଓଡିଶା

odisha

By

Published : Oct 7, 2020, 7:32 PM IST

ETV Bharat / state

ଜମି ଜାଲିଆତି ଘଟଣାରେ ଗଣମାଧ୍ୟମ ସଂସ୍ଥା ବିରୋଧରେ ଚାଲିଛି ତଦନ୍ତ: ଏସପି

ସାରୁଅ ଶିଳ୍ପାଞ୍ଚଳରେ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ମାମଲାର ତଦନ୍ତ ଚାଲିଛି ବୋଲି ସ୍ପଷ୍ଟ କରିଛନ୍ତି ଖୋର୍ଦ୍ଧା ଏସପି । ଅଧିକ ପଢନ୍ତୁ...

ଘରୋଇ ଗଣମାଧ୍ୟମ ସଂସ୍ଥା ବିରୋଧରେ ତଦନ୍ତ ଚାଲିଛି :  ଏସପି
ଘରୋଇ ଗଣମାଧ୍ୟମ ସଂସ୍ଥା ବିରୋଧରେ ତଦନ୍ତ ଚାଲିଛି : ଏସପି

ଖୋର୍ଦ୍ଧା: ଜମି ଜାଲିଆତି ଘଟଣାରେ ଗଣମାଧ୍ୟମ ସଂସ୍ଥା ବିରୋଧରେ ଚାଲିଛି ତଦନ୍ତ । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ବାଇଁ ।

ଘରୋଇ ଗଣମାଧ୍ୟମ ସଂସ୍ଥା ବିରୋଧରେ ତଦନ୍ତ ଚାଲିଛି : ଏସପି

ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଓ ଅନୁସୂଚିତ ଜନଜାତି ଲୋକଙ୍କ ଜମିକୁ ବାଟ ନଛାଡିବା ଓ ଜମି ବିକ୍ରି କରିବାକୁ ବାଧ୍ୟ କରିବାକୁ ନେଇ ବାଘମାରୀ ଥାନାରେ ପୃଥକ ଭାବରେ ଦୁଇଟି ମାମଲା ରୁଜୁ ହୋଇଛି । ଯାହାର ତଦନ୍ତ ଖୋର୍ଦ୍ଧା ଏସଡିପିଓ କରୁଛନ୍ତି ଓ ତାକୁ ସୁପରଭାଇଜ କରୁଛନ୍ତି ନିଜେ ଖୋର୍ଦ୍ଧା ଏସ୍‌ପି । ଏହି ମାମଲାର ତଦନ୍ତ ଜାରି ରହିଥିବାବେଳେ ଅଭିଯୋଗକାରୀଙ୍କ ବୟାନ ମଧ୍ୟ ପୋଲିସ ରେକର୍ଡ କରିଥିବା ଏସପି କହିଛନ୍ତି ।

ସେହିପରି ଅନ୍ୟପକ୍ଷକୁ ତଦନ୍ତ କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି । ଅଭିଯୋଗ ଜମିଜମା ମାମଲାକୁ ନେଇ ଥିବାରୁ ସମସ୍ତ ତଥ୍ୟ ବେଗୁନିଆ ତହସିଲଦାରଙ୍କ ଠାରୁ ହସ୍ତଗତ କରିବା ବାକି ରହିଛି । ତେବେ ଅଭିଯୋଗରେ ସତ୍ୟତା ପ୍ରମାଣିତ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details