ଭୁବନେଶ୍ବର: ରାଜଧାନୀରେ ଜାରି ରହିଛି ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ଧାରଣା । ୮ ଦଫା ଦାବି ନେଇ ଅଧ୍ୟାପକ ଓ କର୍ମଚାରୀମାନେ ଲୋୟର ପିଏମଜିରେ ଦୀର୍ଘ ୭ ମାସ ହେଲା ଅହୋରାତ୍ର ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବାରୁ ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନ ଘେରାଉ କଲେ ସଂଘର ସଦସ୍ୟ ।
ମିଳିଥିବା ସୂଚନା ଅନୁଯାୟୀ, ୨୦୦୮ ମସିହା ପରବର୍ତ୍ତୀ ସମୟରୁ ଏପର୍ଯ୍ୟନ୍ତ GOVT ଏଡେଡ ଅଧ୍ୟାପକ(govt aided teachers)ମାନଙ୍କ ପାଇଁ କୌଣସି ସୁବିଧା କରାଯାଉନାହିଁ । ଯାହାକୁ ନେଇ ଧାରଣାରେ ବସି ରହିଛନ୍ତି ଅଧ୍ୟାପକ କର୍ମଚାରୀ ସଂଘର ସଦସ୍ୟ । ସରକାରଙ୍କ ନିକଟରେ ଅନେକ ଥର ଏନେଇ ଦାବି ଉପସ୍ଥାପନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଯାହାକୁ ନେଇ ସୋମବାର ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ସଭାପତି ବିଶ୍ବରଞ୍ଜନ ଦାସଙ୍କ ନେତୃତ୍ବରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରାଯାଇଥିଲା । ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବେସରକାରୀ ଅଧ୍ୟାପକ କର୍ମଚାରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ଯଦି ଏହି ଆଲୋଚନାରେ କିଛି ସୁଫଳ ନ ମିଳେ, ତାହା ହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଘୋଷଣା କରାଯିବ ବୋଲି ସଂଘ ପକ୍ଷରୁ ଚେତାବନି ଦିଆଯାଇଛି ।